ରାୟଗଡ଼ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସଦଭାବନା ସଭାଗୃହ ଠାରେ ମଙ୍ଗଳବାର ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନ ତଥା ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଲକ ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି , ସହକାରି ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା, ଜିଲ୍ଲା ପରିଷଦ ସଭ୍ୟା ଗୌତମୀ ଜାନି, ସଭ୍ୟ ପିତାମ୍ବର ନାୟକ, ସାଂସଦ ପ୍ରତିନିଧି ଅନ୍ତର‌୍ୟ୍ୟାମୀ ଗମାଙ୍ଗ, ବିଧାୟକ ପ୍ରତିନିଧି ମାଫିଏଲ ସ୍ୱାଲସିଂ ପ୍ରମୁଖ ମଞ୍ଚାସୀନ ଥିଲେ l ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ମୁଖ୍ୟ ପ୍ରସଙ୍ଗଥିଲା l ରାୟଗଡ଼ ବ୍ଲକରେ ୧୦୮ ବିଦ୍ୟାଳୟ ଥିବାବେଳେ ବିଦ୍ୟାଳୟ ଗୁଡିକରେ ଠିକ ଭାବେ ପାଠପଢା ଯାଉନାହିଁ କି ନିର୍ଦ୍ଧାରିତ ସମୟରେ  ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆସୁନଥିବା ବେଳେ ସମୟ ନହେଉଣୁ ସେମାନେ ଘରକୁ ପଳାଇ ଯାଉଥିବା ବୈଠକରେ ପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ l ମାର୍ଲବା ହାଇସ୍କୁଲର ସପ୍ତମ ଶ୍ରେଣୀର ପିଲାମାନେ ଓଡ଼ିଆ ବହି ପଢି ପାରୁନାହାନ୍ତି ଓ ଏହାଦ୍ୱାରା ବ୍ଲକରେ ଶିକ୍ଷାର ବ୍ୟବସ୍ଥା ପୁରା ଭୁଶୁଡ଼ି ପଡ଼ିଥିବା ସରପଞ୍ଚ ଜଳନ୍ଧର କାର‌୍ୟ୍ୟ ଅଭିଯୋଗ କରିଛନ୍ତି କ୍ଷ ସମସ୍ତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ କେନ୍ଦ୍ରରେ ରହୁନଥିବାରୁ ସେମାନଙ୍କୁ ରହି ସେବା ଯୋଗଇବା ପାଇଁ ତାଗିଦ କରିବା କୁ ଗୃହରେ ନିର୍ଦ୍ଦେଶ ଦିଆଯାଇଥିଲା ଓ ବୈଠକରେ ଉନ୍ନୟନ, ପଶୁ ସମ୍ପଦ, କୃଷି, ଖାଦ୍ୟ ଯୋଗାଣ, ଉଦ୍ୟାନ, ସାମାଜିକ ଓ ସୁରକ୍ଷା, ଓଡ଼ିଶା ଜିବିକା ମିସନ, ମିଶନ ଶକ୍ତି, ଗ୍ରାମ୍ୟ ଉନ୍ନୟନ, ସମନିତ ଆଦିବାସୀ ଉନ୍ନୟନ ଓ କଲ୍ୟାଣ, ପାନୀୟଜଳ ଓ ପରିମଳ, ବନ ବିଭାଗ, ମନେରଗା ଆଦି ବିଭାଗ ଉପରେ ଆଲୋଚନା ହୋଇଥିଲା l ସାତ ଗୋଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇ ବିଭାଗ ଓ ଦାୟିତ୍ଵ ବଣ୍ଟନ କରାଯାଇଥିଲା l ଆଜିର ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ହୋଇନଥିବାରୁ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା l  ବୈଠକରେ  ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ ପିଇଓ ମାନେ ଉପସ୍ଥିତ ଥିଲେ l ଉକ୍ତ କାର‌୍ୟ୍ୟକ୍ରମକୁ ଭାରପ୍ରାପ୍ତ ବିଡିଓ ପିତାମ୍ବର ବେହେରା ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ଜିପିଇଓ ସେନାପତି ଶବର ଓ ପେଷା ସଂଯୋଜକ ଶ୍ରୀଧର ଦାସ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ