ରା.ଉଦୟଗିରିରେ ସମିତି ବୈଠକ ଅନୁଷ୍ଠିତ

ରା.ଉଦୟଗିରି,( ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ରା.ଉଦୟଗିରିରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ବ୍ଲକ ଅଧକ୍ଷା ଅମିତା ମଣ୍ଡଳ ଯୋଗ ଦେଇ ସଭା କାର‌୍ୟ୍ୟକୁ ପରିଚାଳନା କରିଥିଲେ। ବୈଠକ ଆରମ୍ଭ ହେବା ପରେ ପୂର୍ବରୁ ହୋଇଥିବା ସମିତି ବୈଠକରେ ଆଲୋଚନା ହୋଇଥିବା ବିବରଣୀକୁ ସର୍ବ ସମ୍ମୁଖରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ବିଶ୍ଵ ନାଥ କଅର ପଠନ କରିଥିଲେ। ଏବଂ ରା.ଉଦୟଗିରି ବ୍ଲକର ୧୭ ଗୋଟି ପଞ୍ଚାୟତର ସମସ୍ତ ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ତ ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ପ୍ରକାର ସମସ୍ୟା ଯ୍ୟଥା ପାନୀୟ ଜଳ , ସମସ୍ତ ପଞ୍ଚାୟତର ରାସ୍ତାକୁ ମୁଖ୍ୟ ରାସ୍ତା ସହ ସଂଯୋଗି କରଣ ଓ ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ବିର ଭାସ୍କର ପାଇକ କୁଷପଲ୍ଲି ଗ୍ରାମରେ ପିଇବା ପାଣିର କାର‌୍ୟ୍ୟକାରୀ ଦୀର୍ଘଦିନ ଧରି କାହିଁକି ହୋଇପାରୁନାହିଁ ପୂର୍ବ ସମିତି ବୈଠକରେ ଏଇ ବିଷୟରେ ଜଣାଇଥିଲେ ସୁଦ୍ଧା ତାହା ଆଜି ଯାଏ ପୂରଣ ହୋଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି। ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଏହି ବ୍ଲକ ପୂର୍ବରୁ ୨୦୧୬ ଓ ୨୦୧୭ ମସିହାରେ ଜିଲ୍ଲାରେ ପ୍ରଥମ ସ୍ଥାନରେ ଥିଲା କିନ୍ତୁ ବର୍ତ୍ତମାନ ରା.ଉଦୟଗିରି ବ୍ଲକ ଏହି ଯୋଜନାରେ ଜିଲ୍ଲାରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଏବଂ ଏହି ସ୍ଥାନରେ ପହଞ୍ଚିବା କାରଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କାମ କରୁଥିବା ମଜୁରିଆ ମାନେ ତାଙ୍କର ପ୍ରାପ୍ତ୍ୟା ଟଙ୍କା ବର୍ଷ ବର୍ଷ ଧରି ପାଇପାରୁ ନାହାନ୍ତି ଯାହା ଫଳରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ କରିବା ପାଇଁ ଲୋକେ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ସମସ୍ତ ଜନ ପ୍ରତିନିଧି ମାନେ ଦାବି କରୁଥିବା ବେଳେ କିନ୍ତୁ ଏହା ଆମ ହାତରେ କୌଣସି ସମାଧାନର ରାସ୍ତା ନାହିଁ ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନିର୍ଭର ବୋଲି ବ୍ଲକ ପ୍ରଶାସନ ନିଜର ମତ ପୋଷଣ କରିଛି। ଅନ୍ୟପଟେ ତିତିଲି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ରାସ୍ତା ଘାଟ ଓ ଅନ୍ୟାନ୍ୟ କାମ ଲାଗି ଆସିଥିବା ଅନୁଦାନ ଓ ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟରେ ଆସୁଥିବା ଅନୁଦାନ ବ୍ଲକ ପ୍ରଶାସନ ପ୍ରତ୍ୟେକ ପଞ୍ଚାୟତର ଜନ ପ୍ରତିନିଧି ମାନଙ୍କୁ ସୂଚନା ନଦେଇ ବ୍ଲକ ପ୍ରଶାସନ ଚୁପ୍ ରହୁଥିବା ହେତୁ ଆଜି ସମିତି ବୈଠକରେ ଉକ୍ତ ବିଷୟ ନେଇ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଅସୋନ୍ତୋଷ ଦେଖାଦେଇଥିଲା। ଯାହା ଫଳରେ ଛେଳିଗଡ ସମିତି ସଭ୍ୟ ରାମଚନ୍ଦ୍ର ରଣସିଂ ନାୟକ ବ୍ଲକ ପ୍ରଶାସନର ଖାମଖିଆଲ ନୀତିକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ। ଏବଂ ଉପସ୍ଥିତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଉକ୍ତ କଥାକୁ ସମର୍ଥନ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇଥିବାବେଳେ ବ୍ଲକ ଅଧକ୍ଷା ଅମିତା ମଣ୍ଡଳ , ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ନାୟକ , ବ୍ଲକ ଉପାଧକ୍ଷ ନବୀନ ରଇତ ,୧୧ ନମ୍ୱର୍ ଜୋନର ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝୀ ,୧୨ ନମ୍ବର ଜୋନର ଜିଲ୍ଲା ପରିଷଦ ସ ଭ୍ୟା ସୁପ୍ରଭା ମଣ୍ଡଳ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିବାବେଳେ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଓ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅଗୋଚରରେ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ହେତୁ କେଉ କାରଣ ଯୋଗୁଁ ଗଣମାଧ୍ୟମକୁ ସୂଚନା ଦିଆଯାଉନି ତାହା ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏବଂ ଏହିଭଳି କାର୍ଯ୍ୟକର୍ମରେ କାହିଁକି ଗଣମାଧ୍ୟମକୁ ଅଣଦେଖା କରାଯାଉଛି ତାକୁ ନେଇ ବୁଦ୍ଧି ଯିବି ମହଲରେ କ୍ଷୋଭ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ