ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ରେପୋରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଷଷ୍ଠଥର ଲାଗି ରେପୋରେଟ୍ ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋରେଟ ୪ପ୍ରତିଶତ ଓ ରିଭର୍ସ ରେପୋରେଟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମନିଟାରୀ ପଲିସି କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ୨୦୨୧-୨୨ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯.୫% ଟାର୍ଗେଟ ରଖାଯାଇଛି । ସେହିପରି ୨୦୨୧-୨୨ରେ ସିପିଆଇ ମୁଦ୍ରାସ୍ଫିତି ୫.୭% ଧାର୍ଯ୍ୟ ରଖାଯାଯାଇଛି । କରୋନା ଦ୍ୱିତୀୟ ଲହର ପରେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସୁଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।