ଖସୁଛି ପଜିଟିଭ ସଂଖ୍ୟା, ମୃତ୍ୟୁ ସ୍ଥିର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୭୦୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ହେଉଛି ୫୦୬। ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭୩, ବାଲେଶ୍ୱରରୁ ୬୩, ଜଗତସିଂହପୁରରୁ ୬୦, ପୁରୀରୁ ୫୮, ଯାଜପୁରରୁ ୫୭, ଅନୁଗୋଳରୁ ୫୫, କେନ୍ଦ୍ରାପଡ଼ାରୁ ୩୨, ଭଦ୍ରକରୁ ୨୨, କେନ୍ଦୁଝରରୁ ୧୬, ଢେଙ୍କାନାଳରୁ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାବାଦ ମୟୂରଭଞ୍ଜରୁ ୩୩, ନୟାଗଡ଼ରୁ ୨୫, ସମ୍ବଲପୁରରୁ ୨୪, ସୁନ୍ଦରଗଡ଼ରୁ ୨୦, କନ୍ଧମାଳରୁ ୧୬, ଗଞ୍ଜାମରୁ ୧୨, ରାୟଗଡ଼ାରୁ ୮, ବରଗଡ଼, ଦେବଗଡ଼, ବଲାଙ୍ଗିରରୁ ୫ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି , ମାଲକାନଗିରି, ନବରଙ୍ଗପୁରରୁ ୪ ଲେଖାଏ, ଝାରସୁଗୁଡ଼ା, ସୋନପୁରରୁ ୩ ଲେଖାଏ , କଳାହାଣ୍ଡି, କୋରାପୁଟ, ନୂଆପଡ଼ାରୁ ୨ ଲେଖାଏ , ଗଜପତିରୁ ୧ ଓ ଷ୍ଟେଟ ପୁଲ୍‌ରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୬୬ ମୃତକଙ୍କ ସୂଚନା ଦେଲେ ରାଜ୍ୟ ସରକାର। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୦୨ ରେ ପହଞ୍ଚିଛି। ୬୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୯ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ୱରରୁ ୬, ଭଦ୍ରକରୁ ୧, ବଲାଙ୍ଗିରରୁ ୨, କଟକରୁ ୧୧, ଗଞ୍ଜାମରୁ ୧୦, ଝାରସୁଗୁଡ଼ାରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୨, ନୟାଗଡ଼ରୁ ୧, ନୂଆପଡ଼ାରୁ ୧, ପୁରୀରୁ ୨, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ