ରିଟେଲର ସଂଘର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ସର୍ବ ଭାରତୀୟ ଡିଲର ସଙ୍ଘ ପକ୍ଷରୁ ଓଡ଼ିଶାର ବିଭିନ୍ନ ବ୍ଲକ ପ୍ରାଙ୍ଗଣରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀ ରେ ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ବିଭିନ୍ନ ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବ୍ଲକ ସଭାପତି କିଶୋର କୁମାର ସେନାପତିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପରେ ପରେ ବିଭିନ୍ନ ଦାବିକୁ ନେଇ ସଦସ୍ୟ ମାନେ ବିକ୍ଷୋଭ କରିଥିଲେ । ବିଶେଷ କରି କରୋନା ମହାମାରୀ ସମୟରେ ଡିଲର ମାନେ ଯେଉଁ ଖାଉଟି ସାମଗ୍ରୀ ବିତରଣ କରିଥିଲେ ତାହାର ପାରିଶ୍ରମିକ ଏଯାଏଁ ପାଇନାହାନ୍ତି। ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନର ବକେୟା ଅର୍ଥ ମିଳିନଥିବା ବେଳେ ମହାମାରୀ ସମୟରେ ଶହ ଶହ ଡିଲର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ତେଣୁ ବକେୟା ଅର୍ଥ ପ୍ରଦାନ ସହିତ ମୃତ୍ୟୁ ବରଣ କରିଥିବା ଡିଲର ପରିବାରକୁ ପୁନଃ ନିଯୁକ୍ତି, ବିକ୍ରୟ କେନ୍ଦ୍ରକୁ ଏକକାଳୀନ ଖୁଚୁରା ସାମଗ୍ରୀ ପ୍ରଦାନ, ଅଖା ବକେୟା କିସ୍ତିର ମୂଲ୍ୟ ପ୍ରଦାନ ସହିତ ଅନ୍ୟାନ୍ୟ ଦାବି ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ଆଠ ଦଫା ସମ୍ବଳିତ ଏକ ଦାବିପତ୍ରକୁ ଡିଲର ମାନେ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଏଥିରେ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ପ୍ରଶାନ୍ତ ଭଞ୍ଜ, ତାପସ କୁମାର ମହାନ୍ତି, ବାସନ୍ତୀ ଲତା ଜେନା, ଦୋଳ ଗୋବିନ୍ଦ ନାୟକ, କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ନିରୋଦ କୁମାର ମହାପାତ୍ର, କୈଳାସ ପରିଡା, ଲୋକନାଥ ଖୁଣ୍ଟିଆ, ଶ୍ରୀଧର ପଣ୍ଡା, ବିମ୍ବାଧର ଖଟୁଆ ପ୍ରମୁଖ ୪୦ରୁ ଅଧିକ ଡିଲର ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ