ରିତିକ୍ ଭ୍ରମରବର ସାହୁଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଠାକୁର ଅନୁକୂଳ ଚନ୍ଦ୍ର ଆଧ୍ୟାତ୍ମିକ ସଂସ୍ଥାର ରିତିକ ଭ୍ରମରବର ସାହୁଙ୍କ ୧୬/୦୧/୨୪ ମଙ୍ଗଳବାର ଦିବା ୩:୦୦ ସମୟରେ କଲିକତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଭ୍ରମରବର ପୋଲସରା ବ୍ଳକର ମଥୁରା ଗ୍ରାମରେ ୧୮/୦୩/୧୯୫୫ ରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ସାହୁ ଏମ୍ ଏସ୍ ସି ଅଗ୍ରିକଲ୍ଚରରେ ଶିକ୍ଷାଗତ ଯୋଗ୍ୟତା ହାସଲ କରି ଏଗ୍ରିକଲ୍ଚର ଡେପୁଟି ଡାଇରେକ୍ଟର ପଦବୀରୁ ଅବସର ଗ୍ରହଣ କରିଥିଲେ। ନିଜ ଜନ୍ମସ୍ଥାନ ମଥୁରା ଗ୍ରାମରେ ବସବାସ କରିବା ସହ ବିଭିନ୍ନ ଅନୁଷ୍ଠାନ ସହ ସଂଶ୍ଲିଷ୍ଟ ଥିଲେ। ନିଖିଳ ଉତ୍କଳ ଶୌଣ୍ଢିକ ସମାଜର ସମ୍ପାଦକ ଥିବା ବେଳେ ପୋଲସରା ସତସଙ୍ଗ ବିହାରର ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଧ୍ୟାତ୍ମିକ ସଂସ୍ଥାରେ ରୀତିକ ଭାବେ କାର୍ଯ୍ୟକରୁଥିଲେ। ପରଲୋକ ଗମନ ସମୟରେ ପତ୍ନୀ, ଦୁଇ ଝିଅ, ପୁତ୍ର ଓ ଭଣଞ୍ଜା ତାଙ୍କ ମର ଶରୀର ନିକଟରେ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ ନାୟକ, ସରପଞ୍ଚ ପ୍ରତିନିଧି କୈଳାସ ଚନ୍ଦ୍ର ବେହେରା, ସମିତି ସଭ୍ଯାଙ୍କ ପ୍ରତିନିଧି ପବିତ୍ର କୁମାର ପାତ୍ର, ଆଇନଜୀବୀ ପବିତ୍ର ନାୟକ, ପ୍ରଭାତ କୁମାର ସାସମଲ, ପ୍ରମୋଦ କୁମାର ପାତ୍ର, ମଙ୍ଗଳୁ ସାହୁ, ସତସଙ୍ଗ ବିହାରର ବହୁ ସଦସ୍ୟ, ସବୁଜ ମୈତ୍ରୀ ଯୁବ ସଂସଦ ପାଠାଗାରର ସଦସ୍ୟ ବୃନ୍ଦ ସମେତ ଗ୍ରାମବାସୀ ତାଙ୍କର ଅନ୍ତିମ ଯାତ୍ରା ସମୟରେ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ସାହୁଙ୍କ ଦ୍ୱାଦଶ ଦିବସରେ ଗ୍ରାମବାସୀ ତରଫରୁ ଏକ ସ୍ମୃତି ଚାରଣ ସଭାର ଆୟୋଜନ କରାଯିବ ବୋଲିି ଆଡଭୋକେଟ ପବିତ୍ର ନାୟକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ