ରିଲାଏନ୍ସ ଆରମ୍ଭ କଲା ଜିଓମାର୍ଟ
ମୁମ୍ବାଇ- ରିଲାଏନ୍ସ କମ୍ପାନୀଏବେ ନୂଆ କରି ଏବେ ଇ-ବାଣିଜ୍ୟ କାରବାରରେ ପ୍ରବେଶ କରିଛି । ଭାରତୀୟ ବଜାରରେ କିଛି ଦିନ ଧରି ଆମାଜନ ଓ ଫ୍ଲିପକାର୍ଟ ନିଜର ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇ ଚାଲିଥିବା ବେଳେ ଏବେ ଏମାନଙ୍କୁ ଟକ୍କର ଦେବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରି ନିଜର ରିଟେଲ କମ୍ପାନି ଜିଓମାର୍ଟକୁ ଲଞ୍ଚ କରିଛି । ସୋମବାର ଦିନ ଜିଓ ପକ୍ଷରୁ ଏହାର ଉପଭୋକ୍ତାମାନଙ୍କୁ ଜିଓମାର୍ଟରେ ନିଜ ନମ୍ବର ରେଜିଷ୍ଟର କରିବାକୁ ମେସେଜ ପଠାଯାଇଛି । ସୂଚନା ଥାଉ କି ଚଳିତବର୍ଷ ଅଗଷ୍ଟ ୧୨ ତାରିଖରେ ମୁକେଶ ଅମ୍ବାନୀ ରିଲାଏନ୍ସର ବୈଠକର ଜିଓମାର୍ଟ ବାବଦରେ ସୂଚନା ଦେଇଥିଲେ ।