ରିଲିଜ ହେଲା ନାଚବାଲି କ୍ଷୁଦ୍ର ଚଳଚିତ୍ର : ଛତ୍ରପୁରର ସୁଧାଂଶୁଙ୍କ ଅଭିନୟର ଜାଦୁରେ ମୋହିତ ହେଲେ ଦର୍ଶକ
ଛତ୍ରପୁର, (ଦେବଦତ୍ତ ମହାରଣା): ନାଚବାଲି ମାନଙ୍କର ଦୁଃଖ କାହାଣୀ କୁ ଆଧାର କରି ରବିବାର ଭୁବନେଶ୍ୱର ର ଏସଜେଆଇ ପ୍ରଡକ୍ସନ ହାଉସ୍ ଠାରେ ରିଲିଜ ହୋଇଛି ନାଚବାଲି ନାମକ କ୍ଷୁଦ୍ର ଚଳଚିତ୍ର ରିଲିଜ୍ ହୋଇଯାଇଛି । ଏହି ଚଳଚିତ୍ର ରେ ଖ୍ୟାତିନାମ ଅର୍ଜନ କରିଥିବା ଆନ୍ତଃର୍ଜାତୀୟ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ ନିର୍ଦ୍ଦେଶନା ଦେଇଥିବା ବେଳେ ଛତ୍ରପୁର ର ନୃତ୍ୟ ଶିଳ୍ପୀ ସୁଧାଂଶୁ ଶେଖର ଶତପଥିଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବେଶ୍ ଆକୃଷ୍ଠ କରିପାରିଛି । କିନ୍ନର ଆଇସା ବେହେରା ଓ ବିଭୁଦତ୍ତ ଦାସ ଏଥିରେ ନାଚବାଲି ଭୂମିକା ରେ ଅଭିନୟ କରୁଥିବା ବେଳେ ଛତ୍ରପୁର ର ସୁଧାଂଶୁ ଏଥିରେ ସେମାନଙ୍କ ପରିଚାଳକ ର ଭୁମିକା ନିର୍ବାହ କରିଛନ୍ତି । ସୁମିତ୍ ଦିକ୍ଷ୍ସିତ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ରଚିତ ହୋଇଥିବା ଗୀତ ଗୁଡିକୁ କଣ୍ଠ ଦାନ କରିଛନ୍ତି ସ୍ମୃତିଶ୍ୱର । ସେହିପରି କାହାଣୀ କୁ ଲେଖିଛନ୍ତି ଅନ୍ତର୍ଜାତୀୟ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ । ଗଞ୍ଜାମର ସଖୀ ନାଚକୁ ଏହି ଚଳଚିତ୍ର ରେ ପ୍ରାଧାନ୍ୟ ଦିଆଯାଇଥିବା ନାଚବାଲି ମାନଙ୍କ ଦୁଃଖଦ ଜୀବନ ଶୈଳୀକୁ ଏଥିରେ ଉପସ୍ଥାପନ କରାଯାଇଛି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ହଜି ଯାଉଥିବା ଲୋକକଳା କୁ ପୁନଃ ର୍ଜିବିତ କରାଯାଇପାରିବ ଓ ଏହି କ୍ଷୁଦ୍ର ଚଳଚିତ୍ର ଟି ଆଗକୁ ଅଧିକ ଲୋକପ୍ରିୟତା ହାସଲ କରିପାରିବ ବୋଲି ଆଶା ରଖିଛନ୍ତି ଛତ୍ରପୁର ର ନୃତ୍ୟ ଶିଳ୍ପୀ ସୁଧାଂଶୁ ଶେଖର ଶତପଥି । ସେ ପୂର୍ବରୁ ବିଭିନ୍ନ ନୃତ୍ୟ କଳା ମାଧ୍ୟମରେ ଜିଲ୍ଲା ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ମାନୀତ ହୋଇଛନ୍ତି । ଜିଲ୍ଲାର ବ୍ରହ୍ମପୁର ଓ ଛତ୍ରପୁର ଠାରେ ନୃତ୍ୟ ଏକାଡେମୀ ଖୋଲି ଶିଶୁ ମାନଙ୍କ ଠାରୁ ଯୁବ କଳାକାର ମାନଙ୍କୁ ନୃତ୍ୟର ତାଲିମ ପ୍ରଦାନ କରୁଛନ୍ତି ନୃତ୍ୟ ଶିଳ୍ପୀ ସୁଧାଂଶୁ ଶେଖର ଶତପଥି ।


