ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଭଞ୍ଜନଗର, (ସନ୍ତୋଷ ଜେନା ): ସମ୍ବାଦ ସାହତ୍ୟ ଘର ତରଫରୁ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସଭାପତି କୃତିବାସ ବିଶ୍ବାଳ,ଉପସଭାପତି ନେତାଜୀ ବିଷୋୟୀ,,ଦୁଇ ଉପଦେଷ୍ଟା ଶୂଳପାଣୀ ଶତପଥୀ ଓ ମନୁନନ୍ଦ ପତି,ସଂପାଦକ ସନ୍ତୋଷ ଜେନା,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ଦୁଇ ସାଂସ୍କୃତିକ ସଂପାଦିକା ରୀତାରାଣୀ ମହାପାତ୍ର ଓ ଜୋତ୍ସା ଦେବୀ,ସଙ୍ଗଠନ ସଂପାଦକ ବିଶ୍ବମ୍ବର ଜେନା ପ୍ରମୁଖ ମେହେର ସାହିତ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ସଦସ୍ୟା ଡକ୍ଟର ନଳିନୀ ପ୍ରଭା ଦାସ “ଅମ୍ଳାନ ପ୍ରତିଭା ଗଙ୍ଗାଧର ” ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ । ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଜଗବନ୍ଧୁ ଜେନା,ସୁରେଶ ଚନ୍ଦ୍ର ସ୍ବାଇଁ,ସନ୍ତୋଷ ତିଆଡି,ଡାକ୍ତର ସିମାଞ୍ଚଳ ପତି,ଡାକ୍ତର ଗାୟତ୍ରୀ ସାହୁ,ସୁଜାତା ସିଂ,ରବିନାରାୟଣ ମହାନ୍ତି,ଶଙ୍କର୍ଷଣ ତ୍ରିପାଠୀ, ସୁବାଷ ଚନ୍ଦ୍ର ତାରିଣୀ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ମେହେର ସାହିତ୍ୟ ର ବିଭିନ୍ନ ଦିଗକୁ ବିଶ୍ଳେଷଣ କରିଥିଲେ । ପବିତ୍ର ରକ୍ଷା ବନ୍ଧନ ପର୍ବ ହୋଇଥିବାରୁ ଅନୁଷ୍ଠାନର ସଦସ୍ୟା ଭଉଣୀ ମାନେ ସଦସ୍ୟ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇଥିଲେ। ପରେ ବୃକ୍ଷମାନଙ୍କୁ ମଧ୍ୟ ରକ୍ଷା ବନ୍ଧନ କରାଯାଇଥିଲା। ଶେଷରେ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ