ରିଲିଜ ହେଲା “ବାଏ ପାସ ରୋଡ଼’ର ଟ୍ରେଲର

ମୁମ୍ବାଇ: “ସାହୋ’ର ସଫଳତା ପରେ ଅଭିନେତା ନୀଲ୍ ନିତିନ୍ ମୁକେଶ ପୁଣି ଏକ ଦମଦାର୍ ଚରିତ୍ର ସହ ପରଦାକୁ ଫେରିବାକୁ ଯାଉଛନ୍ତି । ତାଙ୍କ ଆଗାମୀ ଫିଲ୍ମର ଟାଇଟେଲ୍ ରହିଛି “ବାଏ ପାସ ରୋଡ଼’ ? ଏକ ସସପେନ୍ସ– ଥ୍ରୀଲର୍ କାହାଣୀକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହାଇଛି । ଫିଲ୍ମର ପ୍ରଥମ ଟ୍ରେଲର୍ ରିଲିଜ୍ ହାଇଛି । ଫିଲ୍ମରେ ଅଭିନେତା ନୀଲ୍ ନିତିନ୍ ମୁକେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏକ ହତ୍ୟାକାଣ୍ଡ ଦୃଶ୍ୟରୁ ଟ୍ରେଲର୍ ଆରମ୍ଭ ହେଉଛି ।
ଯାହା ପରେ ନାୟକ ନୀଲଙ୍କୁ ହ୍ୱିଲ୍ ଚେୟାରରେ ଦେଖିବାକୁ ମିଳିଛି । ଅଢେଇ ମିନିଟର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ଅନେକ ସସ୍ପେନ୍ସ । ଫିଲ୍ମରେ ନୀଲଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଦେଖିବାକୁ ମିଳିବ । ଏହାଛଡା ସୁଧାଂଶୁ ପାଣ୍ଡେ, ରଜିତ୍ କପୁର୍, ଗୁଲ୍ ପନାଗ୍, ଶମା ସିକନ୍ଦର୍, ମନିଷ ଚୌଧୁରୀ ଆଦି କଳାକାରଙ୍କୁ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।
ନିଲ୍ ନିତିନ୍ ମୁକେଶଙ୍କ କାହାଣୀ, ସ୍କ୍ରିନ ପ୍ଲେ ଓ ପ୍ରଯାଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନମନ ନିତିନ୍ ମୁକେଶ । ଏହି ଚଳଚ୍ଚିତ୍ର ବାଏ ପାସ ରୋଡ଼ ୧ ନଭେମ୍ବରରେ ପରଦାକୁ ଆସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ