ରିଲିଫ ଯୋଗାଇବା ପାଇଁ ବିଜେପି ପକ୍ଷରୁ ଆମରଣ ଅନଶନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଦୀର୍ଘ ଏକ ମାସ ବିତିଯାଇଥିଲେ ସୁଦ୍ଧା ବନ୍ୟା ବିପନ୍ନଙ୍କୁ ରିଲିଫ ପ୍ରଦାନ କରାଯାଇନାହିଁ । ଯାହାକୁ ନେଇ ବିଜେପି ପକ୍ଷରୁ ଆମରଣ ଅନଶନ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ନୂଆପୋଖରୀ ଓ ସନ୍ତରାପଡା ଗ୍ରାମ ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିଲା । ପରିତାପର ବିଷୟ କ୍ଷୟକ୍ଷତି ଆକଳନ ସମୟରେ ପ୍ରଶାସନ ପକ୍ଷରୁ ଉକ୍ତ ଦୁଇଗୋଟି ଗ୍ରାମକୁ ବାଦ ଦିଆଯାଇଛି । ଘଟଣା ଜଣାପଡିବା ପରେ ବିଜେପି ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ୨.୯.୨୦ରିଖ ରେ ବ୍ଲକ ପ୍ରାଙ୍ଗଣରେ ଧାରଣା ଦେଇଥିଲେ । ସମସ୍ୟାର ସମାଧାନ ପାଇଁ ବିଡ଼ିଓ ଓ ତହସିଲଦାର କ୍ଷେତ୍ର ପରିଦର୍ଶନ କରି ଜିଲ୍ଲା ପ୍ରଶାସନକୁ ସକାରତ୍ମକ ତଥ୍ୟ ପ୍ରଦାନ କରିଥିଲେ । ଏତେ ସବୁ ପରେ କ୍ଷତିଗ୍ରସ୍ତଙ୍କୁ ରିଲିଫ ଯୋଗା ନଯିବାରୁ ଗ୍ରାମବାସୀ ମାନେ ବିଜେପି ନେତା ଶ୍ରୀଧଳଙ୍କ ନେତୃତ୍ୱରେ ଜିଲ୍ଳାପାଳଙ୍କ ଅଫିସ ଆଗରେ୨୮.୯.୨୦ରେ ଧାରଣା ଦେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାସତ୍ତ୍ୱେ ପ୍ରଶାସନ ଉଭୟ ଗ୍ରାମକୁ ରିଲିଫ ପ୍ରଦାନରେ ଉପେକ୍ଷା କରିଥିବାରୁ ତୃତୀୟ ଥର ପାଇଁ ଆଜି ବ୍ଲକ ପ୍ରାଙ୍ଗଣରେ ଗ୍ରାମବାସୀ ମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଶ୍ରୀ ଧଳଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ଯୁବନେତା ସୁରେଶ ସାମଲ, ପ୍ରଦ୍ୟୁମ୍ନ ସେନାପତି, ପ୍ରଫୁଲ୍ଲ ବେହେରା, ମୁକୁନ୍ଦ ଚରଣ ମଲିକ, ମହିଳାନେତ୍ରୀ ତପସ୍ୱିନୀ ମହାପାତ୍ର, ଜୟସ୍ମିତା ଗୋଛାୟାତ,ସୁକାନ୍ତି ସିଂ ପ୍ରମୁଖ ଅନଶନ ରେ ସାମିଲ ହୋଇ ଉଭୟ ଗ୍ରାମକୁ ରିଲିଫ ଦେବାପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଗ୍ରାମବାସୀ ନରେନ୍ଦ୍ର ମହଲ, ପ୍ରଶାନ୍ତ ବିଶ୍ୱାଳ, ଦେବେନ୍ଦ୍ର ଜେନା, ଗୋବିନ୍ଦ ଜେନା, ଶରତ ବଳ, ରାଧୁ ସିଂ, ନାରଣ ଜେନା, ଗଙ୍ଗାଧର ଜେନା, ନିତ୍ୟାନନ୍ଦ ପାତ୍ର, ପରୀକ୍ଷିତ ଜେନା ପ୍ରମୁଖ ରିଲିଫ ମିଳିବା ନେଇ ପ୍ରଶାସନ ପ୍ରତିଶୃତି ନମିଳିବା ଯାଏଁ ଆମରଣ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।