ରୁଦା ମଲିକ ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ରୁଦା ମଲିକ ଜିଲା ମହିଳା କଂଗ୍ରେସର ସଭାନେତ୍ରୀ ହେଲେ। ଏଣୁ ବ୍ଲକ ତଥା ଜିଲା କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଛି। ବ୍ଲକ, ଜିଲା ଓ ରାଜ୍ୟର ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟି ଥିବା ଜଣାପଡିଛି। ସମିତି ଅଧ୍ୟକ୍ଷା ରୁଦା ମଲିକ ଏହାପୂବରୁ ଜିଲା ପରିଷଦ ପଦବୀରେ ୧୧ନଂ ଜୋନରୁ ବିପୁଳ ଭୋଟ ପାଇ ବିଜୟୀ ହୋଇଥିଲେ। ପ୍ରକାଶ ଥାଉକି ଦାରିଙ୍ଗବାଡି ବ୍ଲକରେ ଦୀର୍ଘ ୨୦ ବର୍ଷଧରି ଅଧ୍ୟାକ୍ଷା ପଦବୀ ବିଜେଡି ଦଳ ହାତ ମୁଠାରେ ରହି ଆସିଥିଲା। ହେଲେ ତାଜୁଙ୍ଗି ପଞ୍ଚାୟତରୁ ସମିତି ସଭ୍ୟା ଭାବେ ବିଜୟୀ ହୋଇ ବର୍ତ୍ତମାନ ସମିତି ଅଧ୍ୟକ୍ଷା ଭାବେ ରହି ବ୍ଲକ କଂଗ୍ରେସକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନେଇ ଆସୁଥିବା ଜଣାପଡିଛି। ଶ୍ରୀମତୀ ମଲିକଙ୍କ ସାଙ୍ଗଠନିକ ଦକ୍ଷତାକୁ ଭିତି କରି ରାଜ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ଜିଲା ମହିଳା ସଭାନେତ୍ରୀ ଭାବେ ମନୋନୀତ କରାଯାଇଥିବା ବ୍ଲକ ତଥା ଜିଲାର ବରିଷ୍ଠ କଂଗ୍ରେସ ମହଲରେ କୁହା ଯିବା ସହିତ ଜିଲାରେ ମହିଳା କଂଗ୍ରେସ ବହୁ ସୁଦୃଢ଼ ହେବ ବୋଲି ଆଶା ବାନ୍ଧୁ ଥିବା ପ୍ରକାଶ ପାଇଛି।