କୋଭିଡ୍ କଟକଣାରେ ପୂଜା ପାଇଲେ ମା’କାଳୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ କାଳୀ ପଡିଆ ଠାରେ ସର୍ବପୁରାତନ କାଳୀ ପୂଜା କୋଡିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ବିନା ଭକ୍ତରେ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି । ପ୍ରାରମ୍ଭରେ ନିକଟସ୍ଥ ସରୁସାଗରରୁ ୫ ଗୋଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ସତ୍ୟବ୍ରତ ପଣ୍ଡା, ଜଗନ୍ନାଥ ପାଣିଗ୍ରାହୀ, ହାଡିବନ୍ଧୁ ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । ଏହି ପୂଜା ୭ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ଜଣାଯାଇଛି । ପୂଜା କାର୍ଯ୍ୟରେ ସଭାପତି ହୃଦାନନ୍ଦ ଘଡେଇ, ସଂପାଦକ ରାମ ଚନ୍ଦ୍ର ପଣ୍ଡାଙ୍କ ସମେତ ସଦସ୍ୟ ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ