ରୁଦ୍ରସେନା ଗଞ୍ଜାମ ଜିଲ୍ଲା ଅଧକ୍ଷ ଭାବେ ରଞ୍ଜନ ସାହୁ ମନୋନୀତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ତ୍ରିରଙ୍ଗା ସେବା ସଂଘର ସଭାପତି ରଞ୍ଜନ କୁମାର ସାହୁ ହିନ୍ଦୁତ୍ୱ ଭାବନାକୁ ନେଇ ଗଠିତ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ଯକ୍ଷ ଭାବେ ମନୋନୀତ ହୋଇଛନ୍ତି ।ଭାରତୀୟ ସଂସ୍କୃତି,ପରମ୍ପରା,ଐତିହ୍ୟ ଓ ହିନ୍ଦୁ ସୁରକ୍ଷା ପାଇଁ ଗଠନ କରାଯାଇଥିବା ଏହି ସଂଗଠନର କାର୍ଯ୍ୟକୁ ସର୍ବସ୍ପର୍ଶୀ କରିବା ସହ ସାଙ୍ଗଠନିକ କାର୍ଯ୍ୟର ପ୍ରଚାରପ୍ରସାର ସକାଶେ ରୁଦ୍ରସେନା କାର୍ଯ୍ୟ କରିବା ଲକ୍ଷ୍ଯ ରଖିଛି।ତେଣୁ ରାଷ୍ଟ୍ରୀୟ ସଂଯୋଜକ ସନ୍ଦୀପ ବଶିଷ୍ଠ ଓ ରାଜ୍ଯ ସଭାପତି ସଞ୍ଜୀବ କୁମାର ମିଶ୍ରଙ୍କ ଅନୁମୋଦନକ୍ରମେ ସମାଜସେବୀଙ୍କୁ ଏଭଳି ଗୁରୁ ଦାୟିତ୍ୱ ମିଳିବା ଅଞ୍ଚଳରେ ସକରାତ୍ମକ ପ୍ରଭାବ ପଡିବା ପରିଲକ୍ଷିତ ହୋଇଛି।ପୂର୍ବରୁ ବିଭିନ୍ନ ସଂଗଠନ ସହ ଜଡିତ ହୋଇ ଉତ୍ତମ ପାରଦର୍ଶିତା ଓ ନେତୃତ୍ବର ପରିଚୟ ଦେଇଥିବା ରଞ୍ଜନଙ୍କ ଦ୍ବାରା ରୁଦ୍ରସେନା ହିନ୍ଦୁ ସୁରକ୍ଷା ସହ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆଗାମୀ ଦିନରେ ସଫଳ ରୂପାୟନ କରିବା ଯୋଜନା କରିଛି।ତେବେ ହିଞ୍ଜିଳିକାଟୁ ଅଞ୍ଚଳର ସମାଜସେବୀଙ୍କୁ ଏଭଳି ରାଷ୍ଟ୍ରୀୟ ସ୍ତରର ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ