ରୁପନ୍ତରିକରଣ “ଆମ ହସ୍ପିଟାଲ ” ଆଡପଡ଼ା ସିଏଚ୍ଚସି ଲୋକାର୍ପିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ “‘ପ୍ରତିଟି ଜୀବନ ମୂଲ୍ୟବାନ ” କୁ ଆଧାର କରି ଓଡିଶାରେ ସ୍ୱାସ୍ଥ୍ୟ ସେବାକୁ ଜନ ଆଦୃତ କରିବା ପାଇଁ ବିଭିନ୍ନ ପ୍ରକାର ଦୁରାରୋଗ୍ୟରେ ଆକ୍ରାନ୍ତ ରୋଗୀଙ୍କ ବ୍ୟୟ ବହୁଳ ଚିକିତ୍ସା ଭାରକୁ ଲାଘବ କରିବା ଲକ୍ଷ୍ୟ ନେଇ ଅନେକ ପ୍ରକାର ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇଛନ୍ତି । ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆଧାରରେ ଆଜି ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ୫ଟି ଉପକ୍ରମରେ ଆମ ହସ୍ପିଟାଲ ଯୋଜନାରେ ୧୫ଟି ଜିଲ୍ଲାରେ ରୂପାନ୍ତରୀକରଣ ୭୩ ଗୋଟି ସରକାରୀ ଡାକ୍ତରଖାନାକୁ ଲୋକାର୍ପଣ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିବା ସହିତ “ସୁସ୍ଥ ଓଡିଶା ସୁଖୀ ଓଡିଶା ” ପରିକଳ୍ପନାକୁ ସାକାର କରିଛନ୍ତି.।ଏହି କ୍ରମରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୂପାନ୍ତରିକରଣ ସରକାରୀ ଡାକ୍ତରଖାନାକୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ର , ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ , ଉପାଧ୍ୟକ୍ଷା ରିଙ୍କି ନାୟକ , ଶଙ୍କର୍ଷଣ ସ୍ବାଇଁ , ନାର୍ଶୁ ପ୍ରଧାନଙ୍କ ସମେତ ବହୁ ଜନ ପ୍ରତିନିଧି , ଅଞ୍ଚଳ ଆଶାକର୍ମୀଙ୍କ ସହ ମିଶନ ଶକ୍ତି ମହିଳା କାର୍ଯ୍ୟକର୍ତ୍ତା , ଅଞ୍ଚଳ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ କାର୍ଯ୍ୟକ୍ରମକୁ ଏଲସିଡି ଯୋଗେ ଉପଭୋଗ କରିଥିଲେ ।ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ା , ବାହନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ସମୂହ ଉନ୍ନତ ଭିତ୍ତିଭୂମି ସହ ବିକଶିତ ହୋଇଥିବା ଡାକ୍ତରଖାନା ଅନୁଧ୍ୟାନ କରିଥିଲେ ।