ରେଡ୍ଡୀ ମହାସଂଘ ତରଫରୁ ଶ୍ରୀନୃସିଂହନାଥଙ୍କ ସେବାଧାରୀ ଦାସୁଡୁ ଆର.ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା):ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ) ସେବା ନୃତ୍ୟ କଳାକେନ୍ଦ୍ର ଭାଗବତ ଗାଦୀ ର ମୁଖ୍ୟ ବଡ଼ ଦାସୁଡୁ ଆର.ସତ୍ୟମ ରେଡ୍ଡୀ ଜଣେ କୋହଲା ନୃତ୍ୟ ଦାସୁଡୁ ସଂଗଠକ ଭାବେ ସେ ବହୁମୁଖୀପ୍ରତିଭା ର ଅଧିକାରୀ ହୋଇ ରାଜ୍ୟ ଓ ଜାତୀୟସ୍ତରରେ ସମ୍ମାନୀତ ହୋଇଆସିଛନ୍ତି । ନିକଟରେ ନୂଆଦିଲ୍ଲୀ ସ୍ଥ ବହୁଜନ ସାହିତ୍ୟ ଓ ସଂସ୍କୃତି ସଂଗଠନ ପକ୍ଷରୁ କଳାରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଏହାପରେ ବିଭିନ୍ନ ମହଲରେ ତାଙ୍କୁ ସାଧୁବାଦ ଜଣାଇ ଶୁଭେଚ୍ଛାର ସୁଅ ଛୁଟିଛି । ବିଭିନ୍ନ ସଭାମଞ୍ଚରେ ତାଙ୍କୁ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରୁଛନ୍ତି । ଏନେଇ ଜିଲ୍ଲା ରେଡ୍ଡୀ ସଂଘଭବନରେ ତାଙ୍କୁ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଗଞ୍ଜାମ,ଖୋର୍ଦ୍ଧା, ପୁରୀ,ଶ୍ରୀକାକୁଲମ ଜିଲ୍ଲା ସଂଗଠନର ମୁଖ୍ୟ ନେତୃତ୍ୱଧାରୀ ତଥା ଜିଲ୍ଲା ସଭାପତି ସି.ଏଚ.ଦୀଲେଶ୍ବର ରେଡ୍ଡୀଙ୍କ ନେତୃତ୍ୱ ରେ ତାଙ୍କୁ ଉପଢୌକନ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧନା କରାଯାଇଛି । ଗଞ୍ଜାମଜିଲ୍ଲା ରେଡ୍ଡୀ ମହାଜନ ସଂଘ ମହାମଞ୍ଚରେ ଯୋଗଦେଇଥିବା ଜିଲ୍ଲା ସମ୍ପାଦକ ଶ୍ରୀନିବାସ ରେଡ୍ଡୀ, ବରିଷ୍ଠ ଜିଲ୍ଲା ସଦସ୍ୟ ସାଲା କ୍ରିଷ୍ଣା ରେଡ୍ଡୀ, ଜିଲ୍ଲା ଉପଦେଷ୍ଟା ଆଡଭୋକେଟ କେ.ଦୁର୍ଯ୍ୟୋଧନ ରେଡ୍ଡୀ, ମନସୁରକୋଟା ତାଲୁକା ସଭାପତି ସିଏଚ. କ୍ରିଷ୍ଣାୟା ରେଡ୍ଡୀ, ଛତ୍ରପୁର ତାଲୁକା ସାଧାରଣ ସମ୍ପାଦକ ସି.ଏଚ.ପୂର୍ଣ୍ଣକୁମାର ରେଡ୍ଡୀ, ଛତ୍ରପୁର ଜୋନ ସଭାପତି ଏସ.ବୈରାଗୀ ରେଡ୍ଡୀ, ଉପ-ସଭାପତି ଏସ୍.ଦାଲେୟା ରେଡ୍ଡୀ, ଆସ୍କା ଜୋନ ସଭାପତି ଆର.ଭାଗିରଥି ରେଡ୍ଡୀ, ସୁବାଣୀ ତାଲୁକା ସଭାପତି ନାଗରାଜୁ ରେଡ୍ଡୀ, ମହୁରୀ ତାଲୁକା ସଭାପତି ସି.ଏଚ.ରାମଚନ୍ଦ୍ର ରେଡ୍ଡୀ, ସମ୍ପାଦକ ବେଣୁଗୋପାଳ ରେଡ୍ଡୀ, ଇନ୍ଦ୍ରାକ୍ଷୀ ତାଲୁକା ସଭାପତି ଵାଲାକ୍ରିଷ୍ଣା ରେଡ୍ଡୀ, ସାନଖେମୁଣ୍ଡି ତାଲୁକା ସଭାପତି ଏମ୍.ନିରଞ୍ଜନ ରେଡ୍ଡୀ ଏବଂ କୁଳସମାଜର ବିଭିନ୍ନ ତାଲୁକାରୁ ବହୁ ନେତୃବର୍ଗ ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ତାଲୁକାର କର୍ଣ୍ଣଧାରୀଙ୍କ ସମେତ ଶତାଧିକ ନେତୃବୃନ୍ଦଙ୍କ ଯୋଗଦେଇ ବଡ଼ଦାସୁଡୁ ଆର.ସତ୍ୟମ ରେଡ୍ଡୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଡ଼ ଦାସୁଡୁ ଶ୍ରୀ ସତ୍ୟମ ରେଡ୍ଡୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ତାଙ୍କର ଜସସ୍ୱୀ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ