ରେମୁଣାରେ ସାଂସଦ ଖେଳ ମହାକୁମ୍ଭ ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ବୁଧବାର ସକାଳ ୧୦ ଘଟିକା ସମୟରେ ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କରକମଳରେ ସାଂସଦ ଖେଳ ମହାକୁମ୍ଭ ଉଦ୍ଘାଟିତ ହୋଇଯାଇଛି। ସାଂସଦଙ୍କ ସାଙ୍ଗରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ସୁଶାନ୍ତ ପଟ୍ଟନାୟକ ଇତ୍ୟାଦି ନେତୃବୃନ୍ଦ ଉପସ୍ଥିତ ଥିଲେ।ଏହି ସାଂସଦ ଖେଳ ମହାକୁମ୍ଭ ପାଞ୍ଚ ଦିବସ ବ୍ୟାପି ରେମୁଣାର ତଥା NACର କୁରୁଣିଆ ପଡ଼ିଆରେ କବାଡି,ଭଲିବଲ, ଆଥଲେଟିକ୍ସ ନାଲାପାଟଣା ପଡିଆ ଓ ସରସ୍ଵତୀପୁର ପଡ଼ିଆରେ କ୍ରିକେଟ ,ବାମପଦା ପଡ଼ିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଛି। ସାଂସଦ ଷଡ଼ଙ୍ଗୀ ପ୍ରତ୍ୟେକ ପଡିଆକୁ ଯାଇ ଖେଳର ଶୁଭାରମ୍ଭ କରିଥିଲେ। ଏହି ଖେଳକୁଦ କାର୍ଯ୍ୟକ୍ରମରେ ରେମୁଣା ଓ NAC ର ଅନେକ ପଞ୍ଚାୟତରୁ ୨୫୦୦ ରୁ ଉର୍ଦ୍ଧ ଖେଳାଳି ଯୋଗଦାନ କରିଥିଲେ। ଉକ୍ତ ଖେଳ ମହାକୁମ୍ଭର ପରିଚାଳନା ପାଇଁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ନାରାୟଣ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏ ସମସ୍ତ ଖେଳ ଅନୁଷ୍ଠିତ ହୋଇଥିଲା। ଏହା ଛଡ଼ା କୁରୁଣୀଆ ପଡ଼ିଆରେ ମହେଶ୍ୱର ପ୍ରଧାନ , ନାଲାପାଟଣା ପଡ଼ିଆରେ ଅବଦୁଲ ୱାହିଦ,ହରିହର ମହାନ୍ତି,ବାମପଦା ପଡ଼ିଆରେ ବିପିନ ମାରାଣ୍ଡି,କୃଷ୍ଣ ଚନ୍ଦ୍ର ସାହା,ସୁବୋଧ ଚନ୍ଦ୍ର ପଣ୍ଡା, ସରସ୍ଵତତୀପୁର ପଡ଼ିଆରେ କୈଳାସ ସ୍ବାଇଁ,ତ୍ରିଲୋଚନ ପ୍ରଧାନ,ରାକେଶ ପଣ୍ଡା ଇତ୍ୟାଦି ସମସ୍ତ ଖେଳ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୱାର୍ଡ କାଉନସିଲର ହେମାବତି ବେହେରା,ମିନାକ୍ଷୀ ବେହେରା, ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।