ରେଳଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଗୁରୁବାର ମଧ୍ୟ ରାତ୍ରରେ ମାଲଗାଡି ଚକ ତଳେ ସ୍ଥାନୀୟ ଇଚିଣ୍ଡା ଗ୍ରାମର ନରେଶ ମହାନ୍ତିଙ୍କର ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି । ଏଥିନେଇ ମୃତକଙ୍କ ପୁଅ ଝରାଡିହି ରେଲୱେ ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି । ରେଲୱେ ପୋଲିସ ଘଟଣାର ତଦନ୍ତ କରୁଛି ।