ଜୈବ ଉର୍ଜା ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଆମେ
ଉଦ୍ୟମ ଜାରୀ ରଖିଥିବା ବେଳେ ଜୈବ ଉର୍ଜା ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି
ଗୁରୁବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ବିଶ୍ୱ ଜୈବ-ଭାରତ ୨୦୧୯ ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ
ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କହିଛନ୍ତି ଯେ, ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଦେଶର ନୂଆ ଜୈବ ଉର୍ଜା ନୀତି ଦେଶର ଅନ୍ନଦାତା କୃଷକଙ୍କୁ ଉର୍ଜାଦାତା କରିବା ପାଇଁ ବିଧିବଦ୍ଧ ଯୋଜନା କ୍ରିୟାନ୍ୱିତ କରୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଜୈବ ଅର୍ଥନୀତିର ବିକାଶ ପାଇଁ ଭାରତ ପାଖରେ ଅପାର ସମ୍ଭାବନା ଅଛି । ଟେକ୍ନୋଲୋଜି ଏବଂ ଦେଶର ଭୌଗଳିକ ସ୍ଥିତି ଏହି କ୍ଷେତ୍ରକୁ ବିକାଶିତ କରିବା ପାଇଁ ଯଥେଷ୍ଟ ସମ୍ଭାବନା ରଖିଛି । ନୂଆ ଯନ୍ତ୍ରପାତି ସାହାଯ୍ୟରେ ବର୍ଜ୍ୟ ବାୟୋମାସକୁ ରୂପାନ୍ତରିତ କରି ଜୈବଇନ୍ଧନ ବାହାର କରିବା ଦିଗରେ ଆମେ କାମ କରୁଅଛୁ । ସେ କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରାଳୟ ୩୦୦ କୋଟିର ଷ୍ଟାର୍ଟ-ଅପ୍ ଫଣ୍ଡ ପ୍ରତିଷ୍ଠା କରିଛି । ୨୦୨୪ ସୁଦ୍ଧା ୧୦୦ ବିଲିୟନ ଡଲାର ଜୈବ ଅର୍ଥନୀତି ବନାଇବାରେ ଯେଉଁ ଲକ୍ଷ୍ୟ ରହିଛି ତାହା ଭାରତ ପାଇଁ କମ୍  ଜୈବ ଇନ୍ଧନ ଶିଳ୍ପକୁ ଏକ ନୂଆ ମଡେଲ ଦେବାରେ ଭାରତର ଅଧିକ କ୍ଷମତା ରହିଛି ବୋଲି  କହିଛନ୍ତି । ଆଜି ଦିନରେ ଭାରତର ମୁଣ୍ଡପିଛା କାର୍ବନ ଗ୍ୟାସ୍ ନିଗର୍ମନ ବିଶ୍ୱର ହାରାହାରି ହାର ଠାରୁ କମ୍ ରହିଛି ଏବଂ ଏହାକୁ ଆହୁରି କମ୍ କରିବା ପାଇଁ ଜୈବଇନ୍ଧନ ଉପଯୁକ୍ତ ମାଧ୍ୟମ । ତୈଳ ଆମଦାନୀକୁ ହ୍ରାସ କରିବାରେ ମଧ୍ୟ ଜୈବଇନ୍ଧନ ଏକ ଭଲ ମାଧ୍ୟମ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ