ରେଳବାଇ ତରଫରୁ ଦେଶବ୍ୟାପୀ ୧୧୫୦ଟନ ଔଷଧ ସାମଗ୍ରୀ ପରିବହନ
ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ଯୋଗୁଁ ଦେଶବ୍ୟାପୀ ଘୋଷିତ ଲକଡାଉନ କାଳରେ ଚିକିତ୍ସା ସାମଗ୍ରୀର ପରିବହନକୁ ସୁନିଶ୍ଚିତ କରିବା ଲାଗି ଭାରତୀୟ ରେଳ ପ୍ରାଥମିକତା ପ୍ରଦାନ କରୁଛି । ଦେଶରେ କରୋନା ଭୂତାଣୁର ମୁକାବିଲା ଲାଗି ସରକାରଙ୍କ ପ୍ରୟାସକୁ ମଜବୁତ କରିବା ଦିଗରେ ଭାରତୀୟ ରେଳ ଦ୍ଵାରା ପରିଚାଳିତ ସମୟବଦ୍ଧ ପାର୍ସଲ ଟ୍ରେନ ଔଷଧ, ମାସ୍କ, ହସ୍ପିଟାଲ ଉପକରଣ ଓ ଚିକିତ୍ସା ସାମଗ୍ରୀର ବିତରଣ ଜାରି ରଖିଛି । ଦେଶର ବିଭିନ୍ନ ଭାଗକୁ ଏପ୍ରିଲ ୧୮,୨୦୨୦ସୁଦ୍ଧା ଭାରତୀୟ ରେଳ ୧୧୫୦ଟନ ଚିକିତ୍ସା ଉପକରଣ ପରିବହନ କରିଛି । ନିମ୍ନରେ ଜୋନବାରୀ ପରିବହନ କରାଯାଇଥିବା ଚିକିତ୍ସା ଉପକରଣର ସୂଚୀ ପ୍ରଦତ୍ତ କରାଯାଇଛି: