ରେଳମନ୍ତ୍ରୀଙ୍କୁ ଅଭିନନ୍ଦନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-କେନ୍ଦ୍ର ରେଳ ମନ୍ତ୍ରାଳୟର ଅନୁମୋଦନକ୍ରମେ ଭୁବନେଶ୍ୱରସ୍ଥ ପୂର୍ବତଟ ରେଳପଥ ମୁଖ୍ୟ ପରିଚାଳକଙ୍କ ଚିଠି ସଂଖ୍ୟା 53 ତା 14.7.2022 ଅନୁଯାୟୀ ଆସନ୍ତା 20 ତାରିଖରୁ ଟ୍ରେନ ସଂଖ୍ୟା 18443/18444 କଟକ-ପଲାସା-କଟକକୁ ପାରଳାଖେମୁଣ୍ଡି ଦେଇ ଗୁଣୁପୁର ପର୍ଯ୍ୟନ୍ତ ସଂପ୍ରସାରିତ କରିଥିବାରୁ ବିଭିନ୍ନ ମହଲରେ ଉଚ୍ଚାହିତ ପ୍ରକାଶ ପାଇଅଛି I ଦୀର୍ଘବର୍ଷ ଧରି ଚାଲୁ ରହିଥିବା ଏହି ଦାବିର ଅବସାନ ଘଟିବା ସହ ପାରଳାଖେମୁଣ୍ଡିରୁ ଭୁବନେଶ୍ୱର ଓ କଟକ ପର୍ଯ୍ୟନ୍ତ ସିଧା ଯୋଗାଯୋଗ ସ୍ଥାପନ ହୋଇପାରିଛି  I ଲୋକେ କମ ଖର୍ଚ୍ଚରେ ଗୋଟିଏ ଦିନରେ ଭୁବନେଶ୍ୱର ଯାଇ ପୁନରାପି ଫେରିପାରିବେ I ରେଳ ମନ୍ତ୍ରାଳୟ ଯାତ୍ରୀମାନଙ୍କ ଏହି ଅସୁବିଧାକୁ ହୃଦୟଙ୍ଗମ କରିଥିବାରୁ ସ୍ଥାନୀୟ ପୁରାତନ ଅନୁଷ୍ଠାନ ଗୌରହରି ପାଠାଗାର ସମେତ ଦାବି ଉପସ୍ଥାପନା କରିଥିବା ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ତରଫରୁ ପାଠାଗାର ସଭାପତି ରମେଶ ଚନ୍ଦ୍ର ପାଣି, ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହି, ସୁଜିତ କୁମାର ପାଢ଼ି ପ୍ରମୁଖ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ଵତଟ ରେଳପଥ ମୁଖ୍ୟ ପରିଚାଳକ, ଖୋର୍ଦ୍ଧା ଓ ବିଶାଖାପାଟଣାମ ଡିଭିଜନ ଡ଼ି.ଆର.ଏମ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଅଭିନନ୍ଦନ ସହ କୃତଜ୍ଞତା ଜ୍ଞାପନ କରାଯାଇଅଛି I ଦୀର୍ଘବର୍ଷ ହେଲା ବାରମ୍ବାର ପାଠାଗାର ତରଫରୁ ଏହି ଦାବି କରାଯାଇଥିଲା I ପାରଳାଖେମୁଣ୍ଡିରୁ ପ୍ରାତଃ 4:00 ଘଣ୍ଟା ସମୟ ପରିବର୍ତ୍ତେ 4:30ମି ଏଠାରୁ ଛାଡିଲେ ବହୁ ଜନସାଧାରଣଙ୍କ ସହ ଆଖପାଖ ପଲ୍ଲୀ ଅଞ୍ଚଳରେ ଲୋକେ ବହୁ ସଂଖ୍ୟାରେ ଉପକୃତ ହୋଇପାରନ୍ତେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ