ରେଳ କର୍ମଚାରୀ ଙ୍କ ଘରୁ ଚୋରୀ, କ୍ୟାମେରାକୁ ଦେଖି ପଳାଇ ଗଲା ଚୋର
ଉଦଳା,(ରାଜୀବ ବେହେରା): ଅଶାନ୍ତ ହେଲାଣି ଉଦଳା ସହର, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ,ବାରମ୍ବାର ଚୋରୀ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି, ସାମ୍ନାକୁ ଆସିଲା ବଡଖବର ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଅବସର ପ୍ରାପ୍ତ ରେଳବାଇ କର୍ମଚାରୀଙ୍କ ଘରେ ପଶିଲା ଚୋର,ସ୍ତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଇ ଥିବା ବେଳେ ଏଭଳି କିଛି ଘଟିଗଲା, ଗତକାଲି ରାତ୍ର ୧୦ ଘଟିକା ସମୟରେ ଘରେ ପହଞ୍ଚି ମୁଖ୍ୟ ଗେଟ ତାଲା ଖୋଲିବା ପରେ ଦେଖିଲେ ଘରର ଦୁଇଟି କବାଟର ତାଲା ଭଙ୍ଗା ହୋଇ ପଡିଛି , ସଙ୍ଗେ ସଙ୍ଗେ ସେ ତାଙ୍କର ବନ୍ଧୁଙ୍କ ନିକଟକୁ ଫୋନ କରି ଘଟଣା ସମ୍ପର୍କ ରେ ଜଣାଇଲେ ଏବେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇ ଥିଲେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବା ବେଳେ, ସର୍ବ ପ୍ରଥମେ କ୍ୟାମେରା ଯାଞ୍ଚ କରି ଥିଲେ ଆଉ ଚୋରର ସବୁ କାରନାମା ପଦାକୁ ଆସିଛି, ଦେଖନ୍ତୁ ଏହି ଚୋରର ଫୁଟେଜ କେମିତି ସାଇକେଲ ଧରି ବ୍ୟାଗ ଧରି ଘର ଆଗରେ ଘୁରି ବୁଲି ଛି, ମୁଖ୍ୟ ଗେଟ ରେ ପଡିଥିଲା ତାଲା, ତାଲା ନ ଭଙ୍ଗୀ ପାଚେରୀ ଡେଇଁ ଭିତରକୁ ପ୍ରବେଶ କରି ଖୁସି ହୋଇ ଯାଇ ଥିଲା, ହେଲେ ସେ ଭାବି ନଥିଲା ଯେ ସେଠାରେ କ୍ୟାମେରା ଲାଗି ଥିଲା, ଚୋରଟି ଘରର ମୁଖ୍ୟ ଦ୍ୱାର ର ଦୁଇ ପାଖ ତାଲାକୁ ପ୍ରଥମେ ଭାଙ୍ଗି ପକେଇ ସାରିବା ପରେ ଭାରି ଖୁସି ହୋଇ ଯାଇଥିଲା, ଭାଙ୍ଗି ପକାଇବା ପରେ ଚୋର ର ଆଖି କ୍ୟାମେରା ଉପରେ ପଡିଥିଲା, ଗାଡି ପାଖରେ ବସି ପଡି ମୁଣ୍ଡରେ ପଗଡି ବାନ୍ଧି ଭେଲେ ଭେଲେ କରି କ୍ୟାମେରା ଆଡକୁ ବିକଳିଆ ପରି ଅନାଇ ବସିଛି, ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ର ୩ ନମ୍ବର ୱାର୍ଡର ଅବସର ପ୍ରାପ୍ତ ରେଳବାଇ କର୍ମଚାରୀ ଙ୍କ ଘରେ, ଦୀର୍ଘ ୨୫ ବର୍ଷ ରହିବା ଭିତରେ ଏଭଳି ଘଟଣା ପ୍ରଥମ, କାରଣ ଉକ୍ତ ୱାର୍ଡ ରେ ଚାରି ପାଖରେ କ୍ୟାମେରା ସମସ୍ତଙ୍କ ଘରେ ଲାଗିଛି ଥିବା କହିଛନ୍ତି ଘର ଲୋକ, ଯାହା ଶ୍ରୀଯୁକ୍ତ ପଟେଲ ଙ୍କୁ ଆଶ୍ଚର୍ଯ୍ୟ କରିଛି, ଚୋର ଚୋରି କରିବାକୁ ଆସି ସିସିଟିଭି କୁ ଦେଖି ଚିନ୍ତାରେ ପଡି ଗଲା, କବାଟ ଭାଙ୍ଗି ଥିଲା ହେଲେ ପଶିବା ପୂର୍ବରୁ କ୍ୟାମେରା ଆଗରେ ପଡିବା ପରେ ଫେରାର ମାରିଛି, ତେବେ ଘର ମାଲିକ ଙ୍କ କହିବା କଥା ସେମିତି କିଛି ଚୋର ଚୋରି କରି ପାରିନଥିବା କଥା କହିଛନ୍ତି, ତେଣୁ ସେ ସମସ୍ତଙ୍କୁ ସତର୍କ ରହିବାକୁ କହି ଛନ୍ତି, ଯେମିତି ତାଙ୍କ ସହିତ ଘଟିଲା ଅନ୍ୟ କାହା ସହିତ ସେମିତି ନ ଘଟୁ ଏମିତି କିଛି କହିଛନ୍ତି ଅବସର ପ୍ରାପ୍ତ ରେଳବାଇ କର୍ମଚାରୀ, ଚୋରର ସମସ୍ତ କାର୍ଯ୍ୟ କଳାପ କ୍ୟାମେରା ରେ କେଦ ଥିବା କହି ଛନ୍ତି, ସୂଚନା ଅନୁସାରେ ଘଟଣାକୁ ନେଇ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି, ଚୋରର ମୁହଁ କ୍ୟାମେରା ସାମ୍ନାକୁ ଆସିଛି ତେବେ ଆଗକୁ ଦେଖିବାକୁ ବାକି ଅଛି ଏହି ଚୋର କୁ ଧରି ଏହାର ପର୍ଦାଫାଶ କେବେ କରୁଛି ଉଦଳା ପୋଲିସ.