ରେଳ ଫାଟକ କାର୍ଯ୍ୟକ୍ଷମ କରିବା ଦାବୀରେ ବିଧାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟିଲେ ୧୦ ଖଣ୍ଡ ଗ୍ରାମବାସୀ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଏନ୍ଏସି ଅନ୍ତର୍ଗତ ୨୯୧ ନମ୍ବର ରେଳ ଫାଟକକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ରେଳ ବିଭାଗର ତରଫରୁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ତଥା ହଜାର ହଜାର ସାହିବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଙ୍ଗଳବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା. ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ଜି.ଆରତି ଓ ପୂର୍ବତନ ସାଂସଦ ପ୍ରତିନିଧୀ ଜି.ପାପା ରାଓଙ୍କ ନେତୃତ୍ୱରେ ୧୦ଖଣ୍ଡସାହିବାସୀର ମହିଳା ପୁରୁଷ ଓ ଭଦ୍ରବ୍ୟକ୍ତି ମାନେ ଏକତ୍ର ହୋଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଛତ୍ରପୁର ଏନ୍ଏସିର ନାଗୁଲୁପେଟ୍ଟା ସାହି, ଚର୍ଚ୍ଚ ରୋଡ, ରେଡ୍ଡି ସାହି, ମେଇନ୍ ରୋଡ୍, ଅପରବସଷ୍ଟାଣ୍ଡ, ପେଟରାଜପେଟା ସାହି, ଗଣେଶ ସାହି, କାଳୀମନ୍ଦିର ସାହି (୩,୪,୫ ଓ ୬) ୱାର୍ଡକୁ ସଂଲଗ୍ନ କରୁଥିବା ଏହି ରେଳ ଫାଟକ ଦୀର୍ଘ ବର୍ଷ ଧରି ଚଳାଚଳ ହେଉଥିବା ଫଳରେ ଲୋକମାନେ ବହୁ ଉପକୃତ ହେଉଥିଲେ । ଯଦି ଏହି ରେଳ ଫାଟକକୁ ସଂପୂର୍ଣ୍ଣ ବନ୍ଦ କରାଯାଏ ତେବେ ଅଞ୍ଚଳର ହଜାର ହଜାର ଲୋକ ବହୁ ସମସ୍ୟାର ସମ୍ମୁଖୀବ ହେବ । ସିତାରମପୁର, ବାଳକୃଷ୍ଣପୁର ଓ ଲିଙ୍ଗରାଜପୁର ମୌଜାରେ ଥିବା ୫୦୦ ଏକର ଜମିରେ ଏହି ସାହିବାସୀମାନେ ଚାଷ କରୁଛନ୍ତି । ରେଳ ଫାଟକ ଜରିଆରେ ସେଠାକୁ ଧାନ ବିହନ ନେବା ଆଣିବାରେ ସହାୟକ ହେଉଛି । ଏଥିସହ ସେହି ରେଳ ଫାଟକ ଦେଇ, ସ୍କୁଲ, କଲେଜ, ପୋଖରୀ, ମନ୍ଦିର, ୪ ଗୋଟି ଶ୍ମଶାନ ଏବଂ ଅନ୍ୟାନ୍ୟ ସାହିକୁ ଯାତାୟତର ସୁବିଧା ରହୁଛି । ଏଣୁ ଏହି ରେଳ ଫାଟକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କୁ ସାହିବାସୀ ଅନୁରୋଧ କରିଥିଲେ । ସଂଗେ ସଂଗେ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ରେଳ ବିଭାଗର କର୍ତୃପକ୍ଷଙ୍କୁ ଫୋନ୍ ଜରିଆରେ କହିଛନ୍ତି ଯେ କୌଣସି ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଏହି ସଂକ୍ରାନ୍ତରେ ଆଲୋଚନା ନ କରି କିପରି ରେଳ ଫାଟକକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ତାଗିଦ୍ କରିବା ସହ ରେଳ ଫାଟକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୧୦ଖଣ୍ଡସାହିବାସୀ ଜିଲ୍ଲାପାଳଙ୍କୁ କୃତଜ୍ଞତା ଦେଇ ସେଠାରୁ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ କାଉନସିଲର ବାଦଲ ପାଣ୍ଡି, ସୁଧୀର କୁମାର ସାହୁଙ୍କ ସମେତ ୧୦ଖଣ୍ଡ ସାହିର ଶତାଧିକ ମହିଳା ଓ ପୁରଷ ଏବଂ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ ।