ରେଳ ମନ୍ତ୍ରାଳୟ ର ଓଡିଶା ପ୍ରତି ଅବହେଳା

ପ୍ରଥମେ ପୂର୍ବତଟ ରେଳବାଇ ଡିଭିଜନକୁ ଭାଗ କଲେ। ଏବେ ରେଳ ବିଦ୍ୟୁତିକରଣ ଅଫିସ ଭୁବନେଶ୍ବରରୁ ଗଲା। ଭୁବନେଶ୍ବରରୁ ରେଳ ବିଦ୍ୟୁତକରଣ ଅଫିସ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବା ନେଇ ରେଳ ମନ୍ତ୍ରାଳୟ ଚିଠି ଲେଖିଛି। ସାଧାରଣ ନିର୍ବାଚନ ନେଇ ସାରା ଦେଶରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ବେଳେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଏପରି ବୈମାତୃକ ନିଷ୍ପତ୍ତି ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ରେଳ ବୋର୍ଡ଼ କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭୁପିନ୍ଦର ସିଂହ ବୋଧ ଗତ ୧୩ ତାରିଖରେ ଆହ୍ଲାବାଦରେ ଅବସ୍ଥିତ କେନ୍ଦ୍ରୀୟ ରେଳ ବିଦ୍ୟୁତକରଣ ଅଫିସ ମୁଖ୍ୟାଳୟର ଜେନେରାଲ ମ୍ୟାନେଜରଙ୍କୁ ଭୁବନେଶ୍ବରରୁ ବିଦ୍ୟୁତକରଣ ଅଫିସ ସ୍ଥାନାନ୍ତର କରିବା ନେଇ ଚିଠି ଲେଖିଛନ୍ତି।
ଅଫିସ ସ୍ଥାନାନ୍ତର ନେଇ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ରେଳ ବିଭାଗର ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଛି। ଏବେ ବେଙ୍ଗାଲରୁରେ ବିଦ୍ୟୁତକରଣ କାମ ପାଇଁ ବିଦ୍ୟୁତକରଣ ଅଫିସର କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏତେ ଦୂର ଯାଇ କର୍ମଚାରୀ କାମ କରିବା ଅସମ୍ଭବ ହେବାରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଯେହେତୁ ବିଦ୍ୟୁତକରଣ ଅଫିସଟି ଭୁବନେଶ୍ବରରେ ସ୍ଥାୟୀ ଅଫିସ ଭାବେ କାର‌୍ୟ୍ୟକରୁନଥିଲା, ସେଥିପାଇଁ ଓଡ଼ିଶାରୁ କାର‌୍ୟ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ଥାନାନ୍ତର କରାଯାଉଛି। ଏଥିରେ ଓଡ଼ିଶାର କିଛି ବି କ୍ଷତି ହେବାର ନାହିଁ।
ସାରାଦେଶରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହି ସମୟରେ ଅଫିସ ସ୍ଥାନାନ୍ତର ନେଇ ଚିଠି ଲେଖିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଉଠିଛି ପ୍ରଶ୍ନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ