ରେଶନ ଚାଉଳ ପ୍ରଦାନରେ ଅନିୟମିତତା

ହାଟଡିହ, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାତଡ଼ିହି ବ୍ଲକ ରେ ରେସନ ଚାଉଳ ବଣ୍ଟନ ରେ ଅନିୟମିତତା ଅଭିଯୋଗ ର ପିଛା ଛାଡ଼ୁନି।ଗୋଟିଏ ପଞ୍ଚାୟତରେ ସମାଧାନ କଲା ବେଳକୁ ଆଉ ଦୁଇଟି ପଞ୍ଚାୟତରେ ଅଭିଯୋଗ ଫର୍ଦ ଦାଖଲ ହେଉଛି। ଗତ କିଛିଦିନ ତଳେ ସଡଙ୍ଗ, ଆମ୍ବୋ, ଗେଡ଼ମା, ପଞ୍ଚୁଗୋଛିଆ ପଞ୍ଚାୟତରୁ ଏପରି ଅଭିଯୋଗ ଆସିବା ପରେ ବିଭାଗୀୟ ଅଧିକାରୀ ସେସବୁ ଅଭିଯୋଗ ର ତଦନ୍ତ କରି ସମାଧାନ କଲା ବେଳକୁ ଏବେ କେ ବାଲିପାଳ ପଞ୍ଚାୟତରୁ ସମାନ ଅଭିଯୋଗ ଆସିଛି। ଏହି ପଞ୍ଚାୟତ ର ରାଇଘାଟି, କେ ବାଲିପାଳ, ମୟୁରନଚା ଓ ଭଅଁରା ଗ୍ରାମର୮୩ପରିବାର ରେସନ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି। କିଏ୧୦ ମାସ ହେଲା ପାଇ ନାହିଁ ତ ଆଉ କିଏ ୭ମାସର ତ ଆଉ କିଏ ୪ମାସର ପାଇନାହିଁ। ଏହା ଏକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ହୋଇଥିବା ବେଳେ ୯୯ଭାଗ ଲୋକ ଆଦିବାସୀ ଓ ସେମାନେ ଜଙ୍ଗଲରୁ ଜାଳକାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସରକାର ଯୋଗାଇ ଦେଉଥିବା ରେସନ ଚାଉଳ ଉପରେ ସମସ୍ତେ ନିର୍ଭର କରିଥାନ୍ତି। କିନ୍ତୁ ଏଠାରେ ଚାଉଳ ବଣ୍ଟନ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟମିତ ଚାଉଳ ନ ଯୋଗାଇ ହିତାଧିକାରୀଙ୍କୁ ହଇରାଣ କରିଥାନ୍ତି। ଏ ପରିକି ହିତାଧିକାରୀ ମାନେ ପୂର୍ବରୁ ମଧ୍ୟ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ପରେ ଚାଉଳ ପାଇଥିଲେ। ଏବେ ୩ଟି ପରିବାର ୧୦ମାସ ହେଲା ଚାଉଳ ପାଇ ନଥିବା ବେଳେ ୪୮ପରିବାର ୪ମାସ ହେଲା ଚାଉଳ ପାଇ ନଥିବା ବେଳେ ୩୨ ଟି ପରିବାର ୭ମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହୋଇ ନାନା ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ଏନେଇ ହିତାଧିକାରୀ ମାନେ ବାରମ୍ବାର ଚାଉଳ ବାଣ୍ଟୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ପଚାରିବାରେ ଚାଉଳ ଆସିଲେ ଦିଆଯିବ ବୋଲି କହି ସମୟ ଗଡ଼ାଇ ଚାଲିଛନ୍ତି। ଏପରିକି ବ୍ଲକକୁ ଆସି ଅଭିଯୋଗ କରିଥିଲେ ବି କିଛି ଫଳ ମିଳୁନି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ସାହୁ ଙ୍କୁ ପଚାରିବାରେ ସେ ଏ ବାବଦରେ ଜାଣି ନାହାନ୍ତି ଯଦି ଏପରି ହୋଇଥାଏ ତେବେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ