ରେଷପଣ୍ଡ ସବୁଜ ପ୍ରୟାସର ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ : ସାମିଲ୍ ହେଲେ ଆବାଳ ବୃଦ୍ଧ ବନିତା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ସାମ୍ପ୍ରତିକ ସ୍ଥିତିରେ ଜଳବାୟୁ ପରିବର୍ତ୍ତନର କାରଣ ଏବଂ ଏହାର ସୁଧାର ଆଣିବାର କର୍ତ୍ତବ୍ୟକୁ ହୃଦୟଙ୍ଗମ କରି ରେଷ୍ପଣ୍ଡ୍ ଟ୍ରଷ୍ଟ ତାର ନିଆରା କାର୍ଯ୍ୟକ୍ରମ ରେଷ୍ପଣ୍ଡ୍ ସବୁଜ ପ୍ରୟାସ ମାଧ୍ୟମରେ ଧାରାବାହିକ ଭାବେ ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ ଓ ଚାରା ବିତରଣ କାର୍ଯ୍ୟକ୍ରମ ଜାରି ରଖିଛି l ଏହି ଅବସରରେ ଆଜି ବେଲଗୁଣ୍ଠା ବ୍ଳକ୍ ବଡ଼ଦୋଡ଼ଙ୍ଗା ମା ଚମ୍ପାଦେବୀ ପୀଠରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି I ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ଠାରୁ ଆରମ୍ଭ କରି ଗୃହିଣୀ, କୃଷକ, ସୈନିକ, ଶିକ୍ଷକ, ଶିକ୍ଷୟିତ୍ରୀ, ଯୁବକ, ଯୁବତୀ ଏବଂ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି “ଗୋଟିଏ ମଣିଷ ଅନ୍ତତଃ ଗୋଟିଏ ଗଛ” ର ନାରାକୁ କାର୍ଯ୍ୟରେ କରିଥିଲେ l ଶିକ୍ଷକ ଶିଶିର କୁମାର ସ୍ୱାଇଁ, ସାମ୍ବାଦିକ ତଥା ଜନପ୍ରତିନିଧି ବିଭୁପାଦ ଜେନା, ଉପଦେଷ୍ଟା କବିରାଜ ପରିଡା, ମୁନେନ୍ଦ୍ର ପରିଡା,ପରିବେଶ ପ୍ରେମୀ ଶିବରାମ ରାଉତଙ୍କ ଭଳି ପ୍ରକୃତି ପ୍ରେମୀଙ୍କ ଉପସ୍ଥିତି ରେ ଅନେକ କୁନି ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ବୃକ୍ଷ ରୋପଣ ପ୍ରସ୍ତୁତି ପ୍ରଣାଳୀ ଓ ଉପକାରିତା ଉପରେ ଶିକ୍ଷାଲାଭ କରିଥିଲେ l ଅଧ୍ୟକ୍ଷ ସ୍ୱସ୍ତି ସୁନ୍ଦର ସିଅଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସ୍ଵେଚ୍ଛାସେବୀ ଶୁଭମ ପରିଡା ଓ ଆଦିତ୍ୟ ପରିଡାଙ୍କ ସଂଯୋଜନା କ୍ରମେ ବେଦବ୍ରତ ପରିଡା, ଗୌରବ ପରିଡା, ଅଂଶୁମାନ, ରାଜେଶ ଗୌଡ଼, ରାଜା ସ୍ୱାଇଁ, ମିଥୁନ ଜେନା, ସ୍ୱସ୍ତି ସ୍ୱାଇଁ, ପ୍ରଭାତ,ଜିତୁ ଲେଙ୍କା ତଥା ଗ୍ରାମର ଅନେକ ଛାତ୍ର, ଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ l ଗତ 20 ଦିନ ପୂର୍ବରୁ ରେଷ୍ପଣ୍ଡ୍ ସବୁଜ ପ୍ରୟାସ ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନ ଚିହ୍ନଟ,ଗାତଖୋଳା ସମେତ ଅନ୍ୟାନ୍ୟ ପୂର୍ବ ପ୍ରସ୍ତୁତି କରିଥିଲା I ଆଜି ଏହି କାର୍ଯ୍ୟକ୍ରମକୁ ବଡ଼ବୋରସିଂ ସରପଞ୍ଚ ରାମେଶ୍ୱର ପାତ୍ର, ଯୁବ ଉଦ୍ୟୋଗୀ ରସ୍ମିତ କୁମାର ପରିଡା ଏବଂ ଡାକ୍ତର ଅଂଶୁମାନ ପ୍ରଧାନ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ l


