ରେସୱା ଅନୁଷ୍ଠାନ ପକ୍ଷରୁ ମହିଳାଙ୍କ ପ୍ରତି ଘରୋଇ ହିଂସା ନିରୋଧ ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ମନକରପୁରସ୍ଥିତ ରେସୱା ଅନୁଷ୍ଠାନ ପକ୍ଷରୁ ମହିଳାଙ୍କ ପ୍ରତି ଘରୋଇ ହିଂସା ନିରୋଧ ସପ୍ତାହ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନ ପରିସରରେ ଚିତ୍ରଶିଳ୍ପି ଅଜୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପୂର୍ବତନ ପବ୍ଲିକ ପ୍ରସିକ୍ୟୁଟର ତଥା ବରିଷ୍ଠ ଆଇନଜୀବି ଭୀମସେନ ଭୂୟାଁ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏଲ.ପି.ଓ. ବିବେକାନନ୍ଦ ଅତବୁଦ୍ଧି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସମାଜରେ ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନେ କିଭଳି ସେଥିରୁ ରକ୍ଷା ପାଇ ପାରିବେ ସେଥିନିମନ୍ତେ ଥିବା ସାମାଜିକ, ନ୍ୟାୟୀକ ଓ ପାରିବାରିକ ବ୍ୟବସ୍ଥ।। ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ଗୋଟିଏ ପରିବାରର ପତି ଓ ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ପରସ୍ପରକୁ ସହଯୋଗ କରିବାର ମନୋଭାବ ରହିଲେ ସେହି ପରିବାରଟିରେ ମହିଳାଟିଏ କେଭେବି ଘରୋଇ ହିଂସାର ଶିକାର ହେବ ନାହିଁ । ଏଥିସହିତ ମାନବିକ ଅଧିକାର, ଯୈାନନିର୍ଯ୍ୟାତନା, ମହିଳା ବିରୋଧୀ ହିଂସା, ପୋକସୋ ଆଇନ, ନାବାଳକ,ନାବାଳିକା ଓ କିଶୋର ନ୍ୟାୟ ଆଇନ ସମ୍ପର୍କିତ ସମସ୍ତ ବ୍ୟବସ୍ଥା ବିଷୟରେ ଅତିଥିମାନେ ଆବଶ୍ୟକ ପରାମର୍ଶ ଦେଇଥିଲେ । ରେସୱାର ପରିଚାଳିକା ମିନତୀ ମହାରଣା ଅତିଥି ପରିଚୟ ଓ କାଉନସିଲର ପ୍ରମିଳା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଲିଆକତ ହୁସେନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ରେଣୁଜା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ