ରେସୱା ସ୍ୱଧାରଗୃହ ଅନୁଧ୍ୟାନ କଲେ ଜିଲ୍ଲା ପରିଦର୍ଶନ କମିଟି

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ପରିଦର୍ଶନ କମିଟିର ସଦସ୍ୟମାନେ ବୁଧବାର ପୂର୍ବାହ୍ନରେ ମନକରପୁରସ୍ଥିତ ରେସୱା ସ୍ୱଧାରଗୃହ ଅନୁଧ୍ୟାନ କରିବା ସହିତ ସ୍ୱଧାର ଗୃହର ପ୍ରତ୍ୟେକ ଅନ୍ତେବାସୀଙ୍କ ଠାରୁ ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ତେବାସୀମାନଙ୍କ ଘଟଣାକ୍ରମ ସହିତ ସମ୍ପର୍କୀତ ଥାନା ଗୁଡିକ ସହ ଯୋଗାଯୋଗକରି ସମସ୍ତ ବିଷୟ ଅବଗତ ହୋଇଥିଲେ । ଜିଲ୍ଲାପାଳ ଯୋଗାଇଦେଇଥିବା ୧୦ଟି ସିଲାଇ ମେସିନ ସାହାଯ୍ୟରେ କିପରି ଅନ୍ତେବାସୀମାନେ କିପରି ସିଲାଇଶିକ୍ଷା ନେଉଛନ୍ତି ସେ ସମ୍ପର୍କରେ ପ୍ରଶିକ୍ଷିକା ଲଳିତା ଓଲିଙ୍କ ଠାରୁ ପଚାରି ବୁଝିଥିଲେ । ଅନୁଷ୍ଠାନର ପରିବେଶ ସଫା ସୁତୁରା ଥିବାର ଦେଖି କମିଟି ସଦସ୍ୟମାନେ ସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଅନ୍ତେବାସୀମାନଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ମଧ୍ୟାହ୍ନ ଭୋ ସହ ବସି ଖାଇଥିଲେ । ସରକାରଙ୍କ ୫-ଟି ଯୋଜନା ଅନୁଯାଇ ପରିଦର୍ଶନ କମିଟି ସଦସ୍ୟମାନେ ରେସୱା ସ୍ୱଧାର ଗୃହର ସମସ୍ତ କାଗଜାଦ ତନଖି କରିବା ପରେ ଅନ୍ତେବାସୀମାନେ ରହୁଥିବା ଗୃହ, ଅଫିସ ଗୃହ, ଅନୁଷ୍ଠାନର ପରିବେଶ ଓ ପରିସ୍ଥିତି ଅନୁଧ୍ୟାନ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଜିଲ୍ଲା ପରିଦର୍ଶନ କମିଟିର ସଦସ୍ୟ ଭାବରେ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ, ଉପ ଆରକ୍ଷୀ ଅଧିକ୍ଷକ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର ଓ ପି.ଓ.ଆଇ.ସି. ମୁକ୍ତରୀ ବେଗମ ପ୍ରମୁଖ ରେସୱା ସ୍ୱଧାର ଗୃହ ପରିଦର୍ଶନ କରିଥିବା ବେଳେ ଅନୁଷ୍ଠାନର ସଭାପତି ସୁହାନା ୱାରସୀ, କର୍ମଚାରୀ ମୀନତୀ ମହାରଣା, ସ୍ୱର୍ଣ୍ଣଲତା ରାଉତଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ