ରୋଗୀଙ୍କୁ ଫଳ ବଣ୍ଟନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଅଞ୍ଚଳର ସମାଜସେବୀ ସ୍ବର୍ଗତ ଉପେନ୍ଦ୍ର ବେହେରା ଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି ।ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ଓରପଟ ଗ୍ରାମର ସ୍ବର୍ଗତ ବେହେରା ଦୀର୍ଘ ଦିନ ହେବ ଓରପଟ ସମବାୟ ସମିତି ରେ ସମ୍ପାଦକ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିବା ସହିତ ବହୁ ଲୋକ ପ୍ରିୟତା ହାସଲ କରିଥିଲେ । ତାଙ୍କ ପୁତ୍ର ବଧୁ ଚାରୁଲତା ବେହେରା ଏବେ ଭୋଦର ପଞ୍ଚାୟତ ର ସରପଞ୍ଚ ଅଛନ୍ତି । ତାଙ୍କ ପୁତ୍ର ପ୍ରଶାନ୍ତ ବେହେରା ଙ୍କ ସହିତ ସମାଜସେବୀ ସନାତନ ପାତ୍ର ,କୃଷ୍ଣ ଚନ୍ଦ୍ର ରାଉତ କାହ୍ନୁ ଚରଣ ବେହେରା ,ତୋଫାନ ପ୍ରଧାନ, ସୁରେନ୍ଦ୍ର ନାୟକ ,ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କର ,ସମ୍ପାଦକ ବସନ୍ତ ଦାସ ,ସାମ୍ବାଦିକ ପ୍ରଫୁଲ୍ଲ ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଚାରିଛକ ସ୍ଵାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ