ରୋଗୀଙ୍କ ଛୁରାମାଡରେ ଡାକ୍ତରଙ୍କ ସ୍ତ୍ରୀ ମୃତ

ଭୋପାଳ : ଦୀର୍ଘ ୬ ମାସ ଧରି ଡାକ୍ତରଙ୍କ ପାଖକୁ ଦୈାଡି ଦୈାଡି ରୋଗୀ ଅସହ୍ୟ ହୋଇପଡିଥିଲା । ବାରମ୍ଭାର ମେଡିସନ ସେବନ କଲା ପରେ ବି ରୋଗ ଭଲ ନହେବାରୁ ଡାକ୍ତରଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ସହିତ ଝଗଡା ଆରମ୍ଭ ହୋଇଥିଲା । ଝଗଡାରେ ଉତକ୍ଷିପ୍ତ ହୋଇ ରୋଗୀ ଜଣକ ଡାକ୍ତରଙ୍କ ସ୍ତ୍ରୀ ଙ୍କୁ ଛୁରିରେ ଭୁସି ହତ୍ୟା କରିଛି । ଏହି ଭଳି ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଘଟିଛି । ହତ୍ୟାର ଶୀକାର ହୋଇଛନ୍ତି ଡାକ୍ତର ରାମକ୍ରିର୍ଷ୍ଣା ଙ୍କ ଧର୍ମପତ୍ନୀ ଲତା ବର୍ମା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ରଫିକ ରଶିଦକୁ ଗିରଫ କରିଛି । ଖବର ଅନୁଯାୟୀ ଡାକ୍ତର ଜଣକ ତାଙ୍କ ନିଜ ଘରେ କ୍ଲିନିକ କରିଥିଲେ । ଡାକ୍ତର ଜଣକ ଚର୍ମ ଡାକ୍ତର ଥିଲେ । ଦୀର୍ଘ ୬ ମାସ ଧରି ରଫିକ ରସିଦ ନାମକ ଜଣେ ଯୁବକ ଡାକ୍ତରଙ୍କ ନିକଟକୁ ଚିକିସ୍ରା ନିମନ୍ତେ ଆସୁଥିଲା । ହେଲେ ମେଡିସିନ ସେବନ କରିଲା ପରେ ମଧ୍ୟ ରୋଗୀଙ୍କ କୈାଣସି ପରିବର୍ତ୍ତନ ଦେଖାଦେଇନଥିଲା ।ଗୁରୁବାର ପୂର୍ବାହ୍ନ ୧୧ ଟା ସମୟରେ ରାମକ୍ରିର୍ଷ୍ଣା କ୍ଲିନିକ କୁ ଯାଇଥିଲେ । ଡାକ୍ତର ଉପସ୍ଥିତ ନଥିଲେ । ଏହା ପରେ ଡାକ୍ତର ଙ୍କ ସ୍ତ୍ରୀ ସହିତ ରୋଗୀ ଜଣକଙ୍କର କିଛି ସମୟ ବାର୍ତ୍ତାଳାପ ପରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଡାକ୍ତରଙ୍କ ସ୍ତ୍ରୀ ଙ୍କୁ ଛୁରୀରେ ଭୁସି ଆକ୍ରମଣ କରିଥିଲା । ଏହା ପରେ ଲତା ବର୍ମା ଚିକ୍ରାର କରିବାରୁ ପୁଅ ଆସିଥିଲେ , ରୋଗୀ ଜଣକ ପୁଅକୁ ମଧ୍ୟ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ରୋଗୀ ଆକ୍ରମଣରେ ସ୍ତ୍ରୀ ଓ ପୁଅକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ହସପିଟାଲରେ ଲତା ବର୍ମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତାଙ୍କ ପୁଅ ମେଡିକାଲରେ ଚିକିସ୍ରିତ ହେଉଛନ୍ତି । ଅଭିଯକ୍ତଙ୍କୁ ୁ ଗ୍ରାମ ବାସୀ ଧରି ପୋଲିସରେ ଜିମା ଦେଇଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ