ରୋଗୀ କଲ୍ୟାଣ ସମିତିର ବୈଠକ

ହିଂଜିଳିକାଟୁ, ( ଯୁଗାବ୍ଦ ନ୍ୟୁଜ୍) : ହିଂଜିଳିକାଟୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାକକ୍ଷ ଗୃହରେ ରୋଗୀ କଲ୍ୟାଣ ସମିତିର ବାର୍ଷିକ ସାଧାରଣ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟର ବିଭିନ୍ନ ଉନ୍ନତିକରଣ ସର୍ମ୍ପକରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତ୍ତୀ ପ୍ରାୟ ୩୦ ରୁ ଉଦ୍ଧ୍ୱର୍ ଗ୍ରାମର ଜନସାଧାରଣ ନିର୍ଭର କରି ଆସୁଛନ୍ତି । ଡ଼ାକ୍ତରଖାନାକୁ ପ୍ରତିଦିନ ଚିକିତ୍ସା ସକାଶେ ଦୈନିକ ୪ ଶହରୁ ଉଦ୍ଧ୍ୱର୍ ରୋଗୀ ଆସୁଥିବା ବେଳେ ସେହି ଅନୁପାତରେ ଆବଶ୍ୟକ ସଂଖ୍ୟକ ଚିକିତ୍ସକ ଓ କର୍ମଚାରୀ ନଥିବା ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଭେଷଜ, ସ୍ତ୍ରୀ ଓ ପ୍ରସୃତି ବିଭାଗୀୟ ଡ଼ାକ୍ତର ସମେତ ଫାର୍ମାସିଷ୍ଟ, ଏଏନଏମ୍, ଷ୍ଟାପନର୍ସ, ଆଟେଣ୍ଡାଟ୍, ଝାଡ଼ୁଦାର ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏଥି ସହ ଡ଼ାକ୍ତରଖାନା ପରିସରରେ ବୃକ୍ଷରୋପଣ ସହ ଡ଼ାକ୍ତରଖାନା ପରିସର ପରିଷ୍କାର ଓ ପରିଛନ୍ନ ରଖିବା, ଅଧିକ ସଂଖ୍ୟକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ଆବଶ୍ୟକତା ରହିଥିବା, ଡ଼ାକ୍ତରଖାନାରେ ରୋଗୀ ଓ ସର୍ମ୍ପକୀୟଙ୍କ ସକାଶେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ୱାଟର ଫ୍ୟୁରିଫାଇ ଯନ୍ତ୍ର ସ୍ଥାପନ ସକାଶେ ବେଠକରେ ମତ ପ୍ରକାଶ ପାଇଥିଲା । ଡ଼ାକ୍ତରଖାନା ପରିସର ମଧ୍ୟରେ ବିଦ୍ୟୁତ ତାର ଗୁଡ଼ିକ ବିପଦପୂର୍ଣ୍ଣ ଭାବେ ରହିଥିବାରୁ ତୁରନ୍ତ ସଜାଡ଼ିବାକୁ ମତ ପ୍ରକାଶ ପାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରୋଗୀ କଲ୍ୟାଣ ସମିତିର ଉପାଧ୍ୟକ୍ଷ ତଥା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ବ୍ଳକ ଅଧ୍ୟକ୍ଷ ଐନ. ରଘୁନାଥ, ବିଡ଼ିଓ ପ୍ରସନ କୁମାର ପାତ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ର୍ତିଭା ପାତ୍ର, ଡ଼ାକ୍ତର ମାଧବ କୁମାର ସାହୁ, ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଡ଼ାକ୍ତର ଶେଖ ଅନସାରୀ ଅଲ୍ଲୀ, ଫାର୍ମାସିଷ୍ଟ କାର୍ତିକେଶ୍ୱର ସାହୁ, ଏକାଉଂଟଟେ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ଶେଷଦେବ ସାହୁ , ହିଞ୍ଜିଳିକାଟୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ