ମୁସଲମାନ ଯୁବକଙ୍କୁ ଚୋର ସଂନ୍ଦେହରେ ପିଟି ପିଟି ହତ୍ୟା ଅଭିଯୋଗ

ହଜି ଯାଉଛି ମାନବିକତା । ଚୋର ସଂନ୍ଦେହରେ ଜଣେ ମୁସଲମାନ ଯୁବକଙ୍କୁ ପିଟି ପିଟି ଆକ୍ରମଣ କରିବା ଓ ଏହା ପରେ ଯୁବକଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ କହିବାକ ୁ ବାଧ୍ୟ କରିବା ଏହା ପରେ ଆହାତ ଯୁବକଙ୍କୁ ପୋଲିସରେ ଜିମା ଦେବା ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଝାଡଖଣ୍ଡ ଜିଲ୍ଲା ସଢେଇକଳା ଖରସାୱନ ଜିଲ୍ଲାରେ ସାମ୍ପଦାୟିକ ହିଂସା ଦେଖିବାକୁ ମିଳିଛି । ଚୋର ସଂନ୍ଦେହ ରେ ଅଂଚଳବାସୀ ଜଣେ ମୁସଲମାନ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରି ହତ୍ୟା କରିଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଏହି ଭିଡିଓ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ମୃତକ ମୁସଲମାନ ଯୁବକ ଜଣକ ତାବରେଜ ଅନସାରି ବୋଲି ଜଣାପଡିଛ ିା ଅନସାରିଙ୍କ ସଂପର୍କୀୟ ମାକସୁଦ ଆଲମ ଅଭିଯୋଗ କରିଛନ୍ତି । ପ୍ରଥମେ ତାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ତାଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ କହିବାକୁ ବାଧ୍ୟ କରିଥିଲେ । ମାଡ ଭୟରେ ଜୟ ଶ୍ରୀରାମ ଓ ଜୟ ହନୁମାନ କହିଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ପୋଲିସ ରେ ଜିମା ଦେଇଥିଲେ । ଏହା ପରେ ମାଡରେ ପରେ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ରବିବାର ସକାଳେ ପୋଲିସ ପକ୍ଷରୁ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା ।ଏହା ପରେ ସେ ଗୁରୁତର ଆହାତ ହେବାରୁ ତାଙ୍କୁ ଜାମସେଦପୁର ଟାଟାହସପିଟାଲରେ ଭର୍ତ୍ତିକରାଯାଇଥିଲା । ରବିବାର । ଆଲମ ଜଣେ ମୁସଲମାନ ଥିଲେ । ତାଙ୍କୁ ଜୋର ଜବରଦସ୍ତୀ ଜୟ ଶ୍ରୀ ରାମ କହିବା ଜୟ ଶ୍ରୀରାମ ସ୍ଲୋଗାନ ଦେବାକୁ ବାଧ୍ୟ କରାଯାଇଛି । ତେଣୁ ଏହା ଏକ ସାଂପ୍ରଦାୟିକ ହିଂସା । ପୋଲିସ ସମସ୍ତ ଅଭିଯୁକ୍ତ ବିରୋଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନସରିଙ୍କ ସଂପର୍କୀୟ ଦାବି କରିଛନ୍ତି ।ପୁଲିସର ଘଟଣା ର ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ