ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ହଳଦୀ ଓ ରସୁଣ
କୋରୋନା ଭାଇରସ ସାରା ଦୁନିଆକୁ ଭୟଭୀତ କରି ରଖିଛି। ଏହା ଦ୍ରୁତଗତିରେ ଲୋକଙ୍କୁ ନିଜର ଶିକାର କରିଚାଲିଛି। ଏହି ଭାଇରସ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କୁ ନିଜର ଶିକାର କରିବାରେ ଲାଗିଛି। ଡାକ୍ତର ଓ ବୈଜ୍ଞାନିକମାନେ ଏହି ରୋଗର ଭ୍ୟାକସିନ ଖୋଜିବାରେ ଲାଗିଛନ୍ତି। ଏପରିସ୍ଥଳେ ଯେଉଁ ଲୋକର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ଏହି ଭାଇରସର ଶିକାର ହେବାର ଆଶଙ୍କା ଅଧିକ ରହିଛି। ଏଣୁ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ହଳଦୀ ଓ ରସୁଣକୁ ନିଜ ଡାଏଟରେ ସାମିଲ କରିବା ଉଚିତ। ଚାଲନ୍ତୁ ଜାଣିବା ହଳଦୀ ଓ ରସୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କିପରି ସାହାଯ୍ୟ କରେ।
ରସୁଣ
ରସୁଣରେ ଭିଟାମିନ, କ୍ୟାଲସିଅମ, ଜିଙ୍କ, ଆଇରନ, ଫାଇବର, ଆଣ୍ଟିଅକ୍ସିଡାଣ୍ଡ, ଆଣ୍ଟିଇନଫ୍ଲାମେଟୋରି, ଆଣ୍ଟିବ୍ୟାକଟେରିଆଲ ଗୁଣ ରହିଛି। ଏହାର ସେବନ ଦ୍ବାରା ଶରୀରରେ ହ୍ବାଇଟ ବ୍ଲଡ ସେଲ ବଢ଼ିଥାଏ। ଏଥିସହିତ ଏହା ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ପ୍ରତ୍ୟେକ ଦିନ ସକାଳେ ଖାଲିପେଟରେ ୧ରୁ ୨ କୋଲା କଞ୍ଚା ରସୁଣ ଖାଇ ଏକ ଗ୍ଲାସ ଗରମ ପାଣି ପିଇବାରେ ଫାଇଦା ମିଳିଥାଏ। ଏଥିସହିତ ଏହାର ସେବନରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଥଣ୍ଡା, କାଶ, ଆଜମା ଆଦିରୁ ମୁକ୍ତି ମିଳିଥାଏ।
ହଳଦୀ
ହଳଦୀରେ ଆଇରନ, ଭିଟାମିନ, ଆଣ୍ଟିଅକ୍ସିଡାଣ୍ଡ, ଆଣ୍ଟିଇନଫ୍ଲାମେଟୋରି, ଆଣ୍ଟିବ୍ୟାକଟେରିଆଲ ଗୁଣ ରହିଛି। ବିଶେଷଞଙ୍କ ମତରେ ହଳଦୀ ଔଷଧୀୟ ଗୁଣରେ ଭରପୂର। ଏହା ରୋଗ ପ୍ରତିରୋଧକ ଶକ୍ତି ମଜଭୁତ କରିବାରେ ସାହାଯ୍ୟ କରିଥାଏ। ଏକ ଗବେଷଣା ମୁତାବକ, ହଳଦୀ ସେବନ କରିବା ଦ୍ବାରା ଫୁସଫୁସରେ ଫୁଲା ସମସ୍ୟା ହୋଇ ନ ଥାଏ। ଖାଦ୍ୟ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରିବା ସହିତ ପ୍ରତ୍ୟେକ ଦିନ ରାତିରେ କ୍ଷୀର ସହିତ ଏହାକୁ ମିଶାଇ ସେବନ କରିବା ଉଚିତ। ଏକ କପ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ, ଖଣ୍ଡେ ଅଦା, ଅଧା ଲେମ୍ବୁରସ, ଅଧ ଚାମଚ ଡାଳଚିନି ଗୁଣ୍ଡ ପକାଇ ଫୁଟାନ୍ତୁ। ଥରେ ବାମ୍ଫ ଉଠିଲା ପରେ ଏହି ପାଣି ସେବନ କରନ୍ତୁ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ଏପରିସ୍ଥଳେ ରୋଗ ସହିତ ଲଢ଼ିବାକୁ ଶକ୍ତି ମିଳିଥାଏ।