ରୋଟାରୀ ଆନ୍ତର୍ଜାତୀୟ ସଭାପତି ଶେଖର ମେହେଟ୍ଟାଙ୍କ ଓଡ଼ିଶାଗସ୍ତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରୋଟାରୀ ଆନ୍ତର୍ଜାତୀୟ ସଭାପତି ଶେଖର ମେହେଟ୍ଟା ଦୁଇଦିନିଆ ଓଡ଼ିଶାଗସ୍ତରେ ଆସି ଭୁବନେଶ୍ୱର ପହଞ୍ôଚଛନ୍ତି । ଗସ୍ତ ଅବସରରେ ସଭାପତି ଶ୍ରୀ ମେହେଟ୍ଟା ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲ ଦ୍ୱାରା ବିକଶିତ କଞ୍ôଚଲୋ-ତିରଣପଦା ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ସାମୂହିକ ହାତଧୁଆ ପ୍ରକଳ୍ପ, ଶୌଚାଳୟ, ଗ୍ରନ୍ଥାଗାର, ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ବେଞ୍ଚ ଓ ଟେବୁଲ ସମେତ ସମୁଦାୟ ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ରୋଟାରୀ ପକ୍ଷରୁ ବିଦ୍ୟାଳୟ କାୟାକଳ୍ପ ପରିବର୍ତ୍ତନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ବୈଠକରେ ଯୋଗଦେଇ ଆନ୍ତର୍ଜାତୀୟ ସଭାପତି ଶ୍ରୀ ମେହେଟ୍ଟା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଥିଲେ କି ଚଳିତବର୍ଷ ରୋଟାରୀ ଓଡ଼ିଶାରେ ଅତି କମ୍ରେ ଏକ ହଜାର ବିଦ୍ୟାଳୟକୁ ଖୁସି ବିଦ୍ୟାଳୟ ପ୍ରକଳ୍ପ ଅନ୍ତର୍ଗତ ଗ୍ରହଣ କରି ଏହାର ପାରିପାଶ୍ୱର୍ିକ ବିକାଶ କରିବା । ବୈଠକରେ ରୋଟାରୀ ପ୍ରାନ୍ତପାଳ ଶାନ୍ତନୁ ପାଣି ଯୋଗଦେଇ, ଚଳିତ ବର୍ଷ ରୋଟାରୀ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ପରିବେଶ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି କହିଥିଲେ । ବୈଠକରେ ସମ୍ମାନିତ ଅତିଥି ଭାବରେ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ଓଝା, ରୟାଲ କ୍ଲବ ସଭାପତି ଅଜୟ କୁମାର ପଟ୍ଟନାୟକ, ସମ୍ପାଦକ ପ୍ରତାପ ଚୌଧୁରୀ, ରୋଟାରୀ ମିଡ଼ିଆ ସେଲ୍ ଅଧ୍ୟକ୍ଷ ବିଭୂତି ଭୂଷଣ କର, ପ୍ରଧାନ ଶିକ୍ଷକ ଶିବ ନାରାୟଣ ବେହେରା ପ୍ରମୁଖ ଯୋଗଦେଇ ରୋଟାରୀର ସାମାଜିକ ସଂକଳ୍ପ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ରୋଟାରୀ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ ପାଇଁ କ୍ଲବ ସଭାପତି ଅଜୟ କୁମାର ପଟ୍ଟନାୟକ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ବିଭୂତି ଭୂଷଣ କର, ପିପି ପ୍ରଦୀପ କୁମାର ଦାସ, ପରବର୍ତ୍ତୀ ସଭାପତି ସଞ୍ଜୀବ କୁମାର ଜେନା, ପ୍ରଧାନ ଶିକ୍ଷକ ଶିବନାରାୟଣ ବେହେରା, ଦୀପକ ସେହଗାଲ, ସମ୍ପାଦକ ପ୍ରତାପ କୁମାର ଚୌଧୁରୀ ପ୍ରମୁଖଙ୍କୁ ସଭାପତି ଶ୍ରୀ ମେହେଟ୍ଟା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶୁଭଶ୍ରୀ ଭଞ୍ଜ, ରୋଟାକ୍ଟର ସତ୍ୟବ୍ରତ କର ଓ ସୁଶ୍ରୀ ଦାସ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଦ୍ୱିତୀୟ ଚରଣରେ ଶ୍ରୀ ମେହେଟ୍ଟା ରୋଟାରୀ ରୟାଲ ଦ୍ୱାରା ପରିଚାଳିତ ଚକ୍ଷୁ ଚିକିତ୍ସାଳୟରେ ଡ଼ାଇବେଟିସ୍ ରେଟିନାପାଥି କେନ୍ଦ୍ରର ଉଦ୍ଘାଟନ କରିବା ସହ ନିଶୁଳ୍କ ଅସ୍ତ୍ରୋପଚାର ହୋଇଥିବା ବୃଦ୍ଧବୃଦ୍ଧାଙ୍କୁ ଚଷମା ଓ ଔଷଧ କିଟ୍ ବଣ୍ଟନ କରିଥିଲେ । ପିଡ଼ିପି ରବିନାରାୟଣ ନନ୍ଦ, ଶିବବ୍ରତ ଦାସ ଓ ଦେବାଶିଷ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜିତ କରିଥିଲେ ।