ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭାବେ ଭି.ଦେବୀ ପ୍ରସାଦ ମନୋନୀତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରୋଟାରୀ କ୍ଳବ ଭଞ୍ଜନଗର ପୁର୍ବତନ ସଭାପତି ତଥା ବେଲଗୁଣ୍ଠା ଅଞ୍ଚଳର ଜଣାଶୁଣା ସମାଜସେବୀ ସଙ୍ଗଠକ ରୋଟାରିଆନ୍ ଭି ଦେବୀ ପ୍ରସାଦ ପାତ୍ର ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ର ନୁଆ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭାବେ ମନୋନୀତ ହୋଇଥିବା ଜଣାପଡିଛି । ପୁରୀ ର ଏମ୍ପାୟାର୍ ହୋଟେଲ୍ ରେ ହୋଇଥିବା ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଭି.ଦେବୀ ପ୍ରସାଦଙ୍କ ନାମକୁ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭାବେ ଅନୁମୋଦନ କରିଛନ୍ତି । ଭଞ୍ଜନଗର ରୋଟାରୀ କ୍ଳବ୍ ର ୨୦୨୧-୨୨ ବର୍ଷ ପାଇଁ ସଭାପତି ଥିବା ଶ୍ରୀ ପାତ୍ର ବେଲଗୁଣ୍ଠା ଅଞ୍ଚଳରେ ସମାଜସେବାକୁ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛନ୍ତି । ତାଙ୍କ ସଭାପତିତ୍ବ ସମୟରେ ଭଞ୍ଜନଗର ରୋଟାରୀ କ୍ଳବ୍ ବିଭିନ୍ନ ସାମାଜିକ ତଥା ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇ ଘୁମୁସର ଅଞ୍ଚଳରେ ପ୍ରଶଂସା ସାଉଁଟିଥିଲା ।ନିଜର ସାଙ୍ଗଠନିକ ଦକ୍ଷତା ,ଦୃଢ ମନୋବଳ ଓ ନିଃସ୍ୱାର୍ଥପର ସେବା ମନୋଭାବ ଫଳରେ ରୋଟାରୀ କ୍ଳବ୍ ର ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟକ୍ରମକୁ ଆହୁରି ଲୋକାଭିମୁଖୀ ଓ ଅଞ୍ଚଳାଭିମୁଖି କରିବା ପାଇଁ ସେ ଉଦ୍ୟମ କରିବେ ବୋଲି ପ୍ରକାଶ କରିବା ସହିତ ନିଜ ଭଞ୍ଜନଗର ରୋଟାରୀ କ୍ଳବ୍ ର ସମସ୍ତ ରୋଟାରିଆନ୍ ଓ ମନୋନୀତ କରିଥିବା କମିଟିକୁ ସାଧୁବାଦ ଜ୍ଞାପନ କରିଛନ୍ତି ।ଏହି ସୂଚନା ମିଳିବା ପରେ ଶ୍ରୀ ପାତ୍ରଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ