ରୋଟାରୀ କ୍ଲବ୍ ତରଫରୁ ମେଗା ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ରୁ ଅଗ୍ରଣୀ ଇଂଲିଶ ମିଡିୟମ ବିଦ୍ୟାଳୟ’ ଲିଟିଲ୍ ଫ୍ଲାୱାର ସ୍କୁଲ’ ର ଇଣ୍ଟରେକ୍ଟ୍ କ୍ଲବ୍ ଓ ଅନ୍ୱେଷା ଛାତ୍ରୀ ନିବାସ ରାଇରଙ୍ଗପୁରର କର୍ମଚାରୀଙ୍କ ସହଯୋଗରେ ରୋଟାରୀ କ୍ଲବ୍ ରାଇରଙ୍ଗପୁର ରୋୟାଲ୍ ତରଫରୁ ଏକ ମେଗା ବୃକ୍ଷରୋପଣ କାର୍ଯକ୍ରମ ସ୍ଥାନୀୟ ଅନ୍ୱେଷା ଛାତ୍ରୀ ନିବାସ ପରିସରରେ ରୋଟାରୀ କ୍ଲବ୍ ରାଇରଙ୍ଗପୁର ରୟାଲର ସଭାପତି କାଳି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସମସ୍ତ କର୍ମଚାରୀ ଓ ଛାତ୍ରୀ ନିବାସ ର ଛାତ୍ରୀ ମାନଙ୍କ ସହଯୋଗରେ ବିଭିନ୍ନ ଔଷଧୀୟ,ଫଳ ତଥା ବିଭିନ୍ନ ମୂଲ୍ୟବାନ ଚାରା ଗଛ ରୋପଣ କରାଯାଇଛି ଯାହାକି ବିଶ୍ବ ତାପାୟନର ସନ୍ତୁଳନ ତଥା ପରିବେଶ କୁ ସୁସ୍ଥ ରଖିବା ନିମନ୍ତେ ସମଗ୍ର ବିଶ୍ୱ କୁ ସହାୟତା କରିବ ବୋଲି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଉକ୍ତ କାର୍ଯକ୍ରମ କୁ ସଫଳ କରିବା ନିମନ୍ତେ ରୋଟାରୀ କ୍ଲବ୍ ସମ୍ପାଦକ ରୋଟାରୀଆନ୍ ଅନୁଜ ଅଗ୍ରୱାଲ, ପୂର୍ବତନ ସଭାପତି ରୋଟାରୀଆନ୍ ତାରା ଚାନ୍ଦ ଅଗ୍ରୱାଲ, ରୋଟାରୀଆନ୍ ବିକାଶ ଭୂତ୍, ପୂର୍ବତନ ସମ୍ପାଦକ ରୋଟାରୀଆନ୍ ପ୍ରତ୍ୟୁଷ କୁମାର ପରିଡ଼ା, ରୋଟାରୀଆନ୍ ବାସୁଦେବ ପାଲ୍, ଜୀବନ ରାମ ମହାନ୍ତ, ସଦାଶିବ ମହାନ୍ତ, ଛାତ୍ରୀ ନିବାସ ସୁପରିଟେଣ୍ଡେଣ୍ଟ ନମିତା ଖୁଣ୍ଟିଆ, ଲିଟିଲ୍ ଫ୍ଲାୱାର୍ ସ୍କୁଲ ତଥା ଅନ୍ୱେଷା ଛାତ୍ରୀ ନିବାସ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ରୋଟାରୀ କ୍ଲବ୍ ର ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜିବୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ