ରୋଟାରୀ କ୍ଲବ ଉତ୍କଳ ପକ୍ଷରୁ ମାକ୍ସ ବଣ୍ଟନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଜନସାଧାରଣଙ୍କୁ କରୋନାର ଭୟବହତା ଉପରେ ସଚେତନତା ଓ ମାକ୍ସକୁ ନିଶ୍ଚିନ୍ତ ପିନ୍ଧିବା ଉଦ୍ଦେଶ୍ୟରେ ରୋଟାରୀ କ୍ଲବ, ଭୁବନେଶ୍ୱର ଉତ୍କଳ ପକ୍ଷରୁ ଆଜି ଅପରାହ୍ନରେ ଅରବିନ୍ଦ ନଗର ବାସିନ୍ଦାମାନଙ୍କୁ ମାକ୍ସ ବଣ୍ଟନ କରାଯାଇଥିଲା । କ୍ଲବର ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ, ଆବାସିକ ସଂଘର ସମ୍ପାଦକ ଜନ୍ମେଞ୍ଜୟ ନାୟକଙ୍କୁ ୨୦୦ ମାକ୍ସ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀ ଡ଼େପୁଟି ଗଭର୍ଣ୍ଣର ବିଶିଷ୍ଟ ଜ୍ୟୋତିର୍ବିଦ ଡଃ ପ୍ରମୋଦ ପାତ୍ର, ରୋଟାରୀଆନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ରୋଟାରୀଆନ ସଞ୍ଜୟ ସାହୁ, ରୋଟାରୀଆନ ଆଶିଷ ସାହୁ, ଶ୍ରୀଅରବିନ୍ଦ ନଗର ଆବାସିକ ସଂଘ ପକ୍ଷରୁ ଗୟାଧର ପୁହାନ, ଉପସଭାପତି, ଅଶ୍ୱିନୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଅନିଲ ମହାନ୍ତି, ଭବାନୀକାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସ୍ୱାମୀ ବ୍ରହ୍ମାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ