ରୋଟାରୀ କ୍ଲବ ଚୌଦ୍ୱାର ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଚୌଦ୍ୱାର ( ସଞ୍ଜୀବ କୁମାର ତିୱାରୀ) ରୋଟାରୀ କ୍ଲବର ଚୌଦ୍ୱାର ଶାଖା ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା।ଚୌଦ୍ୱାର ଗ୍ରାମ ସ୍ଥିତ ସତ୍ୟନାରାୟଣ ପାଲା ମଣ୍ଡପ ରେ ଆୟୋଜିତ ଏହି ଶିବିରକୁ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ ଉଦଘାଟନ କରି ରୋଟାରୀର ସେବାମୂଳକ କାର୍ଯ୍ୟ ଗୁଡିକର ପ୍ରସଂଶା କରିଥିଲେ ।ରୋଟାରୀ କ୍ଲବ ଚୌଦ୍ୱାରର ସଭାପତି ଡାକ୍ତର ଅମିତ କୁମାର ପୃଷ୍ଟି ଙ୍କ ପ୍ରତ୍ୟକ୍ଷ ତତ୍ୟବଧାନରେ ଅନୁଷ୍ଠିତ ଏହି ଶିବିରରେ ୧୬୦ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା।ସେମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ଦିଆଯାଇଥିଲା।ସେମାନଙ୍କ ମଧ୍ୟରୁ ପଚାଶ ଜଣଙ୍କୁ କାଟ୍ରାକ୍ଟ ଅପରେସନ ପାଇଁ ଚିହ୍ନଟ କରାଯାଇଥିଲା।ସେମାନଙ୍କ ମାଗଣା ଅପରେସନ କରାଯିବା ସହ ଚଷମା ପ୍ରଦାନ କରାଯିବ ବୋଲି ଶଭାପତି ଅମିତ ପୃଷ୍ଟି ପ୍ରକାଶ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ରୋଟାରିଆନ ବିଶ୍ୱକଲ୍ୟାଣ ଦାସ, ଶରତ ଖୁଣ୍ଟିଆ,ରମେଶ ବରାଳ, ଜୟଶ୍ରୀ ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।