ରୋଟାରୀ କ୍ଲବ, ଭଞ୍ଜନଗର ତରଫରୁ ମାଗଣା ହୃଦୟ ପରୀକ୍ଷା ଶିବିର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସ୍ଥାନୀୟ ରେଡ଼କ୍ରସ ରୋଡ଼ ସ୍ଥିତ ଶିଶୁଉଦ୍ୟାନ କାମ୍ୟୁନିଟି ଗୃହ ଠାରେ ରୋଟାରୀ କ୍ଲବ, ଭଞ୍ଜନଗର ତରଫରୁ ବିଶ୍ୱ ହୃଦୟ ଦିବସ ଅବସରରେ ଏକ ମାଗଣା ହୃଦୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହାକୁ ଘୁମୁସର ତହସିଲଦାର ନିହାର ରଞ୍ଜନ ବେହେରା ଉଦଘାଟନ କରିଥିବା ବେଳେ କ୍ଲବ ସଭାପତି ରୋଟାରୀଆନ ମଧୁସୂଦନ ମହାପାତ୍ର, ସମ୍ପାଦକ ଶ୍ରୀନିବାସ ସୁବୁଦ୍ଧି, ପୂର୍ବତନ ସଭାପତି ଦେବୀପ୍ରସାଦ ପାତ୍ର, ଶ୍ରୀରାମ ପ୍ରସାଦ ପାଳ, କାର୍ଯ୍ୟକ୍ରମ ଅଧକ୍ଷ ସନ୍ତୋଷ ଜେନା, ପ୍ରଦ୍ୟୁମ୍ନ କୁମାର ମଳିକ, ପଞ୍ଚାନନ ମିଶ୍ର ମଂଚାସୀନ ହୋଇ ବିଶ୍ୱ ହୃଦୟ ଦିବସ ଉପରେ ବକ୍ତବ୍ୟ ରଖି କ୍ଲବ ତରଫରୁ ଆୟୋଜିତ ସେବା କାର୍ଯ୍ୟକ୍ରମ ଉପରେ ମତ ରଖିଥିଲେ l ଏହି ଅବସରରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ରୁ ଆସିଥିବା ଡ. ପ୍ରତ୍ୟୁଷ ନାଗ ରୋଟାରୀ କ୍ଲବ ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l ଉଦଘାଟନୀ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ରକ୍ତଚାପ ପରୀକ୍ଷା କରିଥିଲେ l ପରେ ପରେ ହୃଦୟ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଆପୋଲୋ ହସ୍ପିଟାଲ ରୁ ଆସିଥିବା ମାନସ ରଞ୍ଜନ ନାୟକ, ଅଶୋକ କୁମାର ଜେନା, ଦିବ୍ୟଜ୍ୟୋତି ତ୍ରିପାଠୀ ରୋଗୀ ସେବାରେ ବିଭିନ୍ନ ପରୀକ୍ଷା କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ରୋଟାରୀଆନ ରଂଜିତ ବାରିକ, ରବୀନ୍ଦ୍ର ପାଣିଗ୍ରାହୀ, ବସନ୍ତ ତ୍ରିପାଠୀ, ଗୌରୀ ଶଙ୍କର ମିଶ୍ର, ସୁଧୀର ପାଣିଗ୍ରାହୀ, ଦିଲ୍ଲୀପ, ସନତ କୁମାର ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ l ଏଥିରେ ଏକ ଶହ ରୁ ଉର୍ଧ୍ୱ ରୋଗୀଙ୍କ ହୃଦୟ ପରୀକ୍ଷା କରାଯାଇଥିଲା lଶେଷରେ ଶ୍ରୀନିବାସ ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ !!


