ରୋଟାରୀ ରୟାଲ ପକ୍ଷରୁ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବନ ମହୋତ୍ସବ ଅବସରରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ଲକ୍ଷ୍ମୀସାଗର ସ୍କୁଲ୍ ପ୍ରାଙ୍ଗଣରେ ଫଳଚାରା ରୋପଣ କରାଯାଇଅଛି । ସ୍କୁଲ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା ଓ କଟକ ଉନ୍ନୟନ ପ୍ରାଧିକରଣ ଅଧ୍ୟକ୍ଷ ଅନିଲ କୁମାର ସାମଲ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, କ୍ଲବ ପକ୍ଷରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ବନବାସୀ ଆଶ୍ରମ ସମେତ ବିଭିନ୍ନ ସ୍କୁଲ୍ ପରିସର ଓ ରାସ୍ତାକଡ଼ରେ ବ୍ୟାପକ ବୃକ୍ଷ ରୋପଣ ସହ ବୃକ୍ଷର ଉପକାରିତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା । ନିକଟରେ ଭୁବନେଶ୍ୱରର ଆଖାପାଖ ଅଞ୍ଚଳରେ ଚାରା ବଣ୍ଟନ ସହ ଏ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମମାନ ବ୍ୟାପକ ଭାବେ ହାତକୁ ନିଆଯିବ ବୋଲି କ୍ଲବର ସଭାପତି ସଞ୍ଜିତ କୁମାର ଜେନା ଓ ସମ୍ପାଦକ ବିଭୂତି ଭୂଷଣ କର ସୂଚନା ଦେଇଛନ୍ତି । ବରିଷ୍ଠ ରୋଟାରିୟାନ ଦେବ ପଟ୍ଟନାୟକ, ପ୍ରସନ୍ନ ଲେଙ୍କା, ସଞ୍ଜୟ ଚୌଧୁରୀ, ଅଜୟ ପଟ୍ଟନାୟକ, ପ୍ରତାପ ଚୌଧୁରୀ, ପରମାନନ୍ଦ ମିଶ୍ର, ବାବୁ ରାଓ, ଦେବ ପାତ୍ର, ଦୀପକ ସେହଗଲ ପ୍ରମୁଖ କ୍ଲବ ପକ୍ଷରୁ ମିଶନ ମୋଡ଼ରେ ନିଆଯାଇଥିବା ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିବା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ଦାସ ଓ କୋଷାଧ୍ୟକ୍ଷ ଅର୍ଜୁନ ସାହୁ, ଆଶୀଷ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ