ରୋଟାରୀ ରୟାଲ ପକ୍ଷରୁ ମେଗା ବୃକ୍ଷରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ବାଲିଅନ୍ତା ପଞ୍ଚାୟତସ୍ଥିତ ଅଟଳା ମହାଦେବ ମନ୍ଦିର ପ୍ରାଙ୍ଗଣରେ ମେଗା ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର, ପରିବେଶ ଚେୟାର ଶିବବ୍ରତ ଦାସ, ଡିଜିଏନ ଅନିଲ୍ ସାମଲ ଯୋଗଦେଇ ଚାରା ରୋପଣ କରିବା ସହ ଏଭଳି ଅଧିକରୁ ଅଧିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ରୋଟାରିଆନମାନଙ୍କୁ ଆହ୍ୱାନ ଦେଇଥିଲେ । କ୍ଲବ ସଭାପତି ରୋଟାରିୟାନ ବିଭୂତି ଭୂଷଣ କର କହିଥିଲେ କି, କୋରାପୁଟ, ବଣେଇ, ନୟାଗଡ଼ ଓ ନୀଳଗିରୀ ଇତ୍ୟାଦି ସ୍ଥାନରେ କ୍ଲବ ପକ୍ଷରୁ ଆଗାମୀ ଦୁଇ ମାସ ମଧ୍ୟରେ ଅନ୍ୟୁନ ପଚାଶ ହଜାରରୁ ଉର୍ଦ୍ଧ୍ୱ ମଞ୍ଜି କନ୍ଦୁକ ବିଞ୍ଚାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଅଛି । ଏହି ଅବସରରେ କ୍ଲବର ସହ ପ୍ରାନ୍ତପାଳ ଶାନ୍ତନୁ ପାଣି, ପରିବେଶ ସହ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର, ପ୍ରାକ୍ତନ ସଭାପତି ସଞ୍ଜୟ କୁମାର ଚୌଧୁରୀ, ଅଶୋକାନନ୍ଦ ଧର, ପିତବାସ ମିଶ୍ର, କୋଷାଧ୍ୟକ୍ଷ ଦୀପକ ସେହଗଲ, ବସନ୍ତ କୁମାର ସାହୁ, ଅନୁପ କୁମାର ମିଶ୍ର, ରୋମା ସେହଗଲ, ବିଶ୍ୱଜିତ ମିଶ୍ର, ରୋଟ୍ରାକ୍ଟର ଚିନ୍ମୟ ଦାଶ, ଚୌଧୁରୀ ତାରାପ୍ରସାଦ, ତକିଜା ପ୍ରମୁଖଙ୍କ ସମେତ ଗ୍ରାମ କମିଟି ସଭାପତି ଧିରେନ କୁମାର କର, ଲକ୍ଷ୍ମୀଧର ରଣା, ଶଙ୍କର୍ଷଣ ନାୟକ, ବୁଲା ମୁଦୁଲି, ହାପି ଦଳରାୟ, ରଞ୍ଜନ ଚୌଧୁରୀ ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ