ରୋମାନ୍ସ କରିବେ ଶ୍ରଦ୍ଧା-ରଣବୀର

ମୁମ୍ବାଇ : ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଆଗାମୀ ସିନେମାରେ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ିକୁ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ‘ସାହୋ’ ଓ ‘ଛିଛୋରେ’ ପରେ ଏହା ଶ୍ରଦ୍ଧାଙ୍କ ଆଗାମୀ ସିନେମା ହେବାକୁ ଯାଉଛି। ସେହିପରି ରଣବୀର ଏବେ ଆଲିଆ ଭଟ୍ଟ ଓ ଅମିତାଭ ବଚ୍ଚନଙ୍କ ସହିତ ‘ବ୍ରହ୍ମାସ୍ତ୍ର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଅପର ପକ୍ଷରେ ଲଭ୍‌ ରଞ୍ଜନ ‘ପ୍ୟାର୍‌ କା ପଞ୍ଚନାମା’ ଓ ‘ସୋନୁ କେ ଟିଟୁ କୀ ସ୍ବିଟି’ ଭଳି ଫିଲ୍ମରେ ସଫଳ ନିର୍ଦ୍ଦେଶନା ଦେଇଥିବାରୁ ତାଙ୍କର ଆଗାମୀ ଫିଲ୍ମ ସଫଳ ହେବ ବୋଲି ଦର୍ଶକ ଆଶା ରଖିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରଦ୍ଧା କପୁର ‘ସାହୋ’ ସିନେମାରେ ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସଙ୍କ ସହିତ ନଜର ଆସିଥିଲେ। ଏଥିରେ ଶ୍ରଦ୍ଧା ଅନେକଗୁଡ଼ିଏ ମଜାଦାର ସିନ୍‌ ଦେଇଥିଲେ। କିନ୍ତୁ ଫିଲ୍ମକୁ ଦର୍ଶକଙ୍କ ଉତ୍ତମ ପ୍ରତିକ୍ରିୟା ମିଳି ନ ଥିଲା। ସେହିପରି ‘ଛିଛୋରେ’କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏଥିରେ ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଶ୍ରଦ୍ଧା ଏଭଳି ଫିଲ୍ମରେ କାମ କରିବାକୁ ଚାହୁଛନ୍ତି, ଯେଉଁଥିରେ ତାଙ୍କ କାମକୁ ପ୍ରଶଂସା କରାଯିବ। ଖୁବ୍‌ଶୀଘ୍ର ବରୁଣ ଧୱନଙ୍କ ସହିତ ଶ୍ରଦ୍ଧାଙ୍କ ‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ୩ ଡି’ ରିଲିଜ୍‌ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ଶ୍ରଦ୍ଧା କପୁର ପାକିସ୍ତାନୀ ଡ୍ୟାନ୍ସର ଓ ବରୁଣ ଧୱନ ଭାରତୀୟ ଡ୍ୟାନ୍ସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମର ଟ୍ରେଲରରେ ଭାରତ-ପାକିସ୍ତାନର ଡ୍ୟାନ୍ସ ମୁକାବିଲା ଦେଖାଯାଇଛି। ବରୁଣ ଓ ଶ୍ରଦ୍ଧାଙ୍କ ଟକ୍କର ଟ୍ରେଲରରେ ଦେଖାଯାଇଛି। ଏହି ଫିଲ୍ମରେ ନୋରା ଫତେହୀ ମଧ୍ୟ ନଜର ଆସିବେ। ଏଥିରେ ପ୍ରଭୁଦେବାଙ୍କ ଅଭିନୟ ମଧ୍ୟ ଖୁବ୍‌ ଭଲ ଲାଗୁଛି। ସେହିପରି ଅପାରଶକ୍ତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି। ‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ୩ଡି’ରେ ‘ଏବିସିଡି’ ଫିଲ୍ମ ଫ୍ରାଞ୍ଚାଇଜି ପୁରୁଣା କଳାକାରଙ୍କ ସହିତ ଲୋକପ୍ରିୟ ଡ୍ୟାନ୍ସର ତଥା ଅଭିନେତ୍ରୀ ନୋରା ଫତେହୀଙ୍କ ଏଣ୍ଟ୍ରି ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟଲୋକପ୍ରିୟ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜା ଦେଇଛନ୍ତି। ଏହି ଫିଲ୍ମ ଟି’ ସିରିଜ୍‌ ବ୍ୟାନର ତଳେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମଟି ୨୪ ଜାନୁଆରୀରେ ରିଲିଜ୍‌ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ