ଜ୍ୟାକଲିନ୍‌ ନଂ.୧ ଟିକ୍‌ଟକ୍‌ ସେଲିବ୍ରିଟି

ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କ ଦବ୍‌ଦବା ବର୍ଷ ସାରା ଶର୍ଟ ଭିଡ଼ିଓ ମେକିଂ ଆପ୍ଲିକେସନ୍‌ ଟିକ୍‌ଟକ୍‌ରେ ରହିଛି। ଏହି ଆପ୍ଲିକେସନ୍‌ ମଙ୍ଗଳବାର ନିଜ ‘ହାଶଟ୍ୟାଗ୍‌ଟିକ୍‌ଟକ୍‌ରିୱାଇଣ୍ଡ୨୦୧୯’ କ୍ୟାମ୍ପେନ୍‌ର ଏକ ଅଂଶ ଭାବେ ଶୀର୍ଷ ୫୦ ସାମଗ୍ରୀ ଓ ଭିଡ଼ିଓ ଟ୍ରେଣ୍ଡସ୍‌ ଜାରି କରିବା ସହ ଏଥିରେ ସେଲିବ୍ରିଟିଙ୍କ ଲୋକପ୍ରିୟତା ସମ୍ପର୍କରେ ସୂଚନା ମଧ୍ୟ ଦେଇଛି। ଜ୍ୟାକଲିନ୍‌ ୯୫ ଲକ୍ଷ ଫଲୋଅର୍ସ ସହିତ ସେଲିବ୍ରିଟିଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ୬୮ ଲକ୍ଷ ଫଲୋଅର୍ସ ସହିତ ରିତେଶ ଦେଶମୁଖ, ୨୨ ଲକ୍ଷ ଫଲୋଅର୍ସ ସହିତ କପିଲ ଶର୍ମା, ୧୫ ଲକ୍ଷ ଫଲୋଅର୍ସ ସହିତ ଡିଜେ ବ୍ରାଭୋ, ୧୨ ଲକ୍ଷ ଫଲୋଅର୍ସ ସହିତ ମାଧୁରୀ ଦୀକ୍ଷିତ ନେନେ ଏହି ତାଲିକାରେ ସାମିଲ୍‌ ହୋଇଛନ୍ତି। ସେହିପରି ଶୀର୍ଷ ୫ ସଙ୍ଗୀତ କଳାକାର ତାଲିକାରେ ୧.୨୫ କୋଟି ଫଲୋଅର୍ସ ସହିତ ନେହା କକ୍କଡ଼ ପ୍ରଥମ ସ୍ଥାନରେ, ୫୮ ଲକ୍ଷ ଫଲୋଅର୍ସ ସହିତ ଗୁରୁ ରନ୍ଧାୱା, ୪୧ ଲକ୍ଷ ଫଲୋଅର୍ସ ସହିତ ଟୋନି କକ୍କଡ଼, ୩୧ ଲକ୍ଷ ଫଲୋଅର୍ସ ସହିତ ମିଳିନ୍ଦ ଗାବା ଓ ଅର୍ଜୁନ କାନୁନଗୋ ଯଥାକ୍ରମେ ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି। ସୂଚନାଯୋଗ୍ୟ ଯେ ଜ୍ୟାକଲିନ୍‌ କିଛି ଦିନ ତଳେ ‘ଡ୍ରାଇଭ୍‌’ ଫିଲ୍ମରେ ନଜର ଆସିଥିଲେ। ଖୁବ୍‌ଶୀଘ୍ର ସେ ‘କିକ୍‌୨’ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଜ୍ୟାକଲିନ ସବୁବେଳେ କିଛି ନା କିଛି ଫଟୋ ସୋସାଲ ମିଡିଆରେ ଅପଲୋଡ୍‌ କରିଥାନ୍ତି। ଏଥିପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ