ରୋଷେଇବେଳେ ନିଆଁରେ ପୋଡି ଗୁରୁତର ଥିବା ରୋଷେୟାର ମୃତ୍ୟୁ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଗତ ୬ତାରିଖ ଦିନ ରୋଷେଇ କରୁଥିବା ବେଳେ ନିଜ ଅସାବଧାନତାରୁ ନିଆଁରେ ପୋଡିଯାଇ ଗୁରୁତର ଆହତ ହୋଇଥିବା ରୋଷେୟାର ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଛେନାପଦିଛକ ସ୍ଥିତ ମା ହୋଟେଲରେ ନବୀନା ଦେହୁରୀ ନାମକ ଜଣେ ରୋଷେୟା ଗତ ୬ତାରିଖ ଦିନ ରୋଷେଇ କରୁଥିବା ସମୟରେ ଅସାବଧାନତାରୁ ତେଲ କଡାରୁ ତା ପିନ୍ଧିଥିବା ପୋଷାକରେ ନିଆଁ ଲାଗି ଯାଇଥିଲା । ଫଳରେ ତାର ଶରୀରର ୫୦ଭାଗ ପୋଡି ଯାଇଥିଲା । ତାକୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଗତକାଲି ରାତିରେ ତାର ମୃତ୍ୟୁ ଘଟିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ