ରୋହିଆ ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ

ନାଉଗାଁ,-:ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତରେ ଶୁକ୍ରବାର ବିଜେଡି ବ୍ଳକ ସଭାପତି ସୁଜିତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ପଂଚାୟତର ଶତାଧିକ ଦଳୀୟ କର୍ମୀ ସମ୍ମିଳନୀରେ ସାମିଲ ହୋଇ ଏକ ଶୋଭାଯାତ୍ରାରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସଭାସ୍ଥଳକୁ ନେଇଥିଲେ । ସେଠାରେ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ବିଧାୟକଙ୍କୁ ସ୍ୱାଗତ କରିଥିଲେ । ଏହି ସମ୍ମିଳନୀରେ ପଂଚାୟତର ନାଏବ ସରପଂଚ ପାଞୁଲତା ଦେଇଙ୍କ ସମେତ ଅନେକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ପ୍ରଶାନ୍ତ ନାୟକ,ଜଟାଧାରୀ ସ୍ୱାଇଁ,ଦେବେନ୍ଦ୍ର ମଲ୍ଲିକ, ବାବୁଲି ରାଉତ ଆଦି ବିଜେଡି ଦଳରେ ସାମିଲ ହୋଇଥିଲେ । ଦଳରେ ସାମିଲ ହୋଇଥିବା ନୂତନ କର୍ମୀଙ୍କୁ ବିଧାୟକ ଶ୍ରୀ ମୁଦୁଲି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଆୟୋଜିତ କର୍ମୀ ସମ୍ମିଳନୀରେ ରୋହିଆ ପଂଚାୟତରେ ଥିବା ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବା ସହିତ ପଡି ରହିଥିବା ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ସମସ୍ତ ପ୍ରକାର ସହଯୋଗ କରିବା ସହିତ ପଂଚାୟତର ଉନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ଚନ୍ଦ୍ର ବସ୍ତିଆ,ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ବ୍ଳକ ବିଜୁ ଯୁବ ଜନତା ଦଳର ସଭାପତି ପ୍ରତ୍ୟୁଷ ପରିଡା, ପ୍ରଫୁଲ୍ଲ ଲେଙ୍କା, ବିଷ୍ଣୁ ସାହୁ, ଧନେଶ୍ୱର ନାୟକ, ଅମିୟ ମହାନ୍ତି, ଦିଲ୍ଲିପ ମହାନ୍ତି, ରବିନ୍ଦ୍ର ସ୍ୱାଇଁ,ଶମ୍ଭୁ ନାୟକ ଆଦି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ