ରୋହିଆ ପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ନାଉଗାଁ(ଯୁଗାଦ୍ଧ ନ୍ୟୁଜ୍) :ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତରେ ମଙ୍ଗଳବାର ସଂଧ୍ୟାରେ କୋରଣୀଆ ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି,ଯୁବ ନେତା ପ୍ରଦୀପ୍ତ ସ୍ୱାଇଁ,ପ୍ରତ୍ୟୁଷ ପରିଡା,ପ୍ରଭୁ ଚରଣ ଦାସ,ଜିଲା କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ବସ୍ତିଆ,ଅଜୟ ମହାନ୍ତି,ରୋହିଆ ପଂଚାୟତର ସଭାପତି ବିଷ୍ନୁ ସାହୁ ଆଦି ଯୋଗ ଦେଇଥିଲେ । ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ ଏମପି ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ ଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ନିର୍ବାଚିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପଂଚାୟତର କର୍ମୀ ବିଷ୍ନୁ ସାହୁ,ଧନେଶ୍ୱର ନାୟକ,ଅମିୟ ମହାନ୍ତି,ବନମାଳି ନାୟକ,ରମେଶ ପରିଡା,ନଗେନ୍ଦ୍ର ମହାନ୍ତି ,ସମୀର ମହାନ୍ତି ,ରବି ନାୟକ,ଜ୍ୟୋତି ରଂଜନ ମହାନ୍ତି ,ଦିଲିପ ମହାନ୍ତି ,ଅଜିତ କୁମାର ମହାନ୍ତି , ମଂଜୁଲତା ମହାନ୍ତି,କମଳା ସାହୁ ଙ୍କ ନେତୃତ୍ୱରେ ଏହି ପଂଚାୟତର ବରିଷ୍ଠ କଂଗ୍ରେସ କର୍ମୀ ମାନେ ବିଜେଡି ଦଳରେ ଯୋଗ ଦେଇଥିଲେ ।ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ଶ୍ରୀ ଚରଣ ନାୟକ,କୈଳାସ ମହାନ୍ତି,ଦିଲୁ ରାଉତ,ଭୋଳି ରାଉତ,ବନମାଳି ସ୍ୱାଇଁ,ତ୍ରିନାଥ ମହାନ୍ତି,ଦିଲିପ ଓଝା,ସଂଜୟ ଦାସ,ପ୍ରକାଶ ବାରିକ,ଗିରିଧାରୀ ମହାନ୍ତି,ବାଇଧର ଜେନା,ଗୋବିନ୍ଦ ଜେନା,ଗୋପାଳ ଜେନା,ଆଦି ସେମାନଙ୍କର ସମର୍ଥକ ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡି ଦଳରେ ଯେଗା ଦେଇଥିଲେ ।ଯେଗା ଦେଇଥିବା କର୍ମୀ ମାନଙ୍କୁ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଫୁଲମାଳ ଦେଇ ସ୍ୱାଗତ କରିବା ସହ ସେମାନଙ୍କର ସୁଖ ଦୁଃଖ ସମୟରେ ଉପସ୍ଥିତ ରହି ସହେଯାଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ