ରୌପ୍ୟଜୟନ୍ତୀରେ ରକ୍ତଦାନ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଡିଏଭି ପବ୍ଲିକସ୍କୁଲକଳିଙ୍ଗନଗରରରୌପ୍ୟଜୟନ୍ତୀ ପୂର୍ତ୍ତି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଶିବିରରୁ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଠାରୁ ୭୨ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ତଥା କମିଶନରେଟ୍‌ ପୋଲିସ୍‌ର ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କମିଶନରେଟ ପୋଲିସର ସହକାରୀ କମିଶନର ତଥା ରେଡକ୍ରସ ଆଞ୍ଚଳିକ ଶାଖାର ଯୁଗ୍ମସମ୍ପାଦକ ଲଳିତେନ୍ଦୁ ମହାନ୍ତି କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ରକ୍ତଦାନ ଶିବିରର ମହତ୍ତ୍ୱ ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ମଦନମୋହନ ପଣ୍ଡା ଓ ଅଧ୍ୟକ୍ଷ ବିପିନ କୁମାରସାହୁ ଉପସ୍ଥିତରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବନ ମହୋତ୍ସବ ସପ୍ତାହପାଳନ ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବତନ ଛାତ୍ରସଂସଦ, ସ୍କାଉଟ୍‌, ଗାଇଡ୍‌, ଏନସିସି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ