ରୌପ୍ୟ ଜୟନ୍ତୀ ଉତ୍ସବରେ ମୀରା ଭଜନ
ଭୁବନେଶ୍ୱର : ସିଟି ପବ୍ଲିକ୍ ସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କିସ୍ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁୁଜାତା ଆଶର୍ଯ୍ୟ ମୁଖ୍ୟ ଅତିଥିଭାବେ, ଗିତାଞ୍ଜଳି ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୀନପ୍ରଭା ରଥଙ୍କ ଦ୍ୱାରା ‘ମୀରା ଭଜନ’ ପରିବେଷଣ କରାଯାଇଥିଲା । ପ୍ରଥମେ ‘ପାଣିରେ ମୀନ ହେ ପ୍ୟାଶି’.., ‘ପଲକ ନା ଲାଗେ..’ ପରିବେଷଣ କରିଥିଲେ । ସସ୍ମିତା କର ସଭା ପରିଚାଳଣା କରିଥିବା ବେଳେ ଅର୍ଚନା ମୋମାନସିଂ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ପୁରଷ୍କାର ବିତରଣ କରାଯାଇଥିଲା । ଏହାକୁ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ପରିଚାଳଣା କରିଥିଲେ ।