ରୟାଲ ଷ୍ଟାଗ୍ ବ୍ୟାରେଲର ରାଜ ସିଂ ଚୌଧୁରୀ ଙ୍କ ଲାର୍ଜସଟ୍ ଫିଲ୍ମ “ଦି ଲାଷ୍ଟ ଚାପ୍ଟର”
ରୟାଲ ଷ୍ଟାଗ୍ ବ୍ୟାରେଲ ସିଲେକ୍ଟ ଲାର୍ଜସଟ୍ ଫିଲ୍ମ “ଦି ଲାଷ୍ଟ ଚାପ୍ଟର” ର ଉପସ୍ଥାପନା କରୁଛନ୍ତି । ବଲିଉଡର ନାମୀ ଅଭିନେତା ରାଜ ସିଂ ଚୌଧୁରୀ ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୁମିକାରେ କେ.କେ. ମେନନ୍ ରହିଛନ୍ତି । ଏହି ଚଳଚ୍ଚିତ୍ର୍ରରେ ଜଣେ ପିତା ଏବଂ ଝିଅ ମଧ୍ୟରେ ଥିବା ଏକ ଦୁଃଖ ଦାୟକ ଓ ଜଟିଳ ସଂପର୍କକୁ ପ୍ରଦର୍ଶନ କରାଯାଇଛି । ଭୁଲରେ ହଉ ଅଥବା ରାଗରେ ନାୟକ ଦେଖାଇଥିବା ବିରୋଧାଭାଷ ଏଥିରେ ଦର୍ଶକଙ୍କୁ ଏହା ଚିନ୍ତା କରିବାକୁ ଦେଉଛି ଯେ, ଆମେ ନେଉଥିବା ପଦକ୍ଷେପ କିଭଳି ଆମ ଚାରିପାଖରେ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରୁଛି, ତାହା ଏହି ଫିଲ୍ମରେ କେ.କେ. ମେନନ୍ ପ୍ରତିପାଦିତ କରିଛନ୍ତି । ଚଳଚ୍ଚିତ୍ର୍ରର କାହାଣୀର ରଚୟିତା ଚଳିତ ବର୍ଷର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେଇଛନ୍ତି । “ଦି ଲାଷ୍ଟ ଚାପ୍ଟର” ର ମୁଖ୍ୟ ଚରିତ୍ର ହେଉଛନ୍ତି ଡ. ବିନାୟକ ସତ୍ୟା ଯେ କି ଜଣେ ଜଣାଶୁଣା ସାମାଜିକ କର୍ମୀ ସର୍ବଦା ମହିଳା ମାନଙ୍କ ସମସ୍ୟା ବିଷୟରେ ସ୍ୱର ଉତୋଳନ କରନ୍ତି । ଚଳଚ୍ଚିତ୍ରର ଅନ୍ୟ ଜଣେ ଚରିତ୍ର “ରୋଶନୀ” ଯେ କି ଡ.ସତ୍ୟା ଙ୍କ ଜଣେ ଅବୈଧ କନ୍ୟା ଏବଂ ଜଣେ ଯୌନକର୍ମୀ । ଜୀବନର ଅନେକ ଘଟଣା ଚକ୍ରରେ ରୋଶନୀର ଡ.ସତ୍ୟାଙ୍କ ସହ ମୁହାଁମୁହିଁ ହୁଏ, ଯେଉଁଥିରେ ବାଙ୍ଗଲାଦେଶୀ ପ୍ରବାସୀଙ୍କ ପ୍ରତି ରହିଥିବା ଡ.ସତ୍ୟାଙ୍କର ନୈତିକତାର ଅଭାବ ବାରି ହୋଇଯାଏ । ଏହି ସଂପର୍କରେ ପରନୋଡ ରିକାର୍ଡ ଇଣ୍ଡିଆର ମୁଖ୍ୟ ବିପଣନ ଅଧିକାରୀ କାର୍ତିକ ମହିନ୍ଦ୍ରା କୁହନ୍ତି ଯେ, କ୍ଷୁଦ୍ର ଚଳଚିତ୍ର ଶିଳ୍ପର ନାଟକୀୟ ଅଭିବୃଦ୍ଧି ଘଟିଛି । ରୟାଲ ଷ୍ଟାଗ୍ ବ୍ୟାରେଲ ସିଲେକ୍ଟ ଲାର୍ଜସଟ୍ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ପରିବର୍ତନ ଆଣିବାରେ ଆଗରେ ରହିବ । ଆମର ପ୍ଲାଟଫର୍ମରେ “ଦି ଲାଷ୍ଟ ଚାପ୍ଟର” ର ଶୁଭ ମୁକ୍ତିକୁ ନେଇ ବେଶ୍ ଉତ୍ସାହିତ । ରୟାଲ ଷ୍ଟାଗ୍ ବ୍ୟାରେଲ୍ ‘ମେକ୍ ଇଟ୍ ପରଫେକ୍ଟ’ ଉପରେ ବିଶ୍ୱାସ କରିଥାଏ । ଏହା ବଲିଉଡ୍ର ସୃଜନଶୀଳ ନିର୍ଦ୍ଦେଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରୁଛି । ରୟାଲ୍ଷ୍ଟାଗ୍ କ୍ଷୁଦ୍ର ଫିଲ୍ମ ଶୁଭମୁକ୍ତ କାର୍ଯ୍ୟ ଜାରି ରଖିଛି । ଇତି ମଧ୍ୟରେ ଏହା ଦ୍ୱାରା ଅହଲ୍ୟା, ଇଂଟରିଅର୍ କେଫ୍-ନାଇଟ୍, ଓଉଚ୍, ଚଟ୍ନି, ଅନୁକୂଳ, ମୁମ୍ବାଇ ବାରାଣସୀ ଏକ୍ସପ୍ରେସ୍, ଖୁଲ୍ ୱାଲି ଚିଠି, ଦି ସ୍କୁଲ ବ୍ୟାଗ୍, ବ୍ରୁନୋ ଆଣ୍ଡ୍ ଜୁଲିଏଟ୍, ଶୁନ୍ୟତା, ଜୁଇସ୍, ମା’, ଚୁରୀ, ହର୍ ଫାଷ୍ଟ୍ ଟାଇମ୍, ଇକତରଫା ଆଦି ଚଳଚ୍ଚିତ୍ର ଶୁଭମୁକ୍ତି ହୋଇ ପାରିଛି ।


