ଲକଡାଉନରେ ଠିକା କର୍ମଚାରୀଙ୍କୁ ମିଳିବ ପାରିଶ୍ରମିକ

ଭୁବନେଶ୍ୱର: ମହାମାରୀ ଆଇନ ଅନୁଯାୟୀ ଜାରି କରାଯାଇଥିବା ଲକଡାଉନରେ ସରକାରୀ ଅଫିସରେ ନିୟୋଜିତ ଠିକା, ଆଉଟସୋର୍ସିଂ କର୍ମଚାରୀ ଓ ପୁନଃନିଯୁକ୍ତି ପାଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବ ପାରିଶ୍ରମିକ । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ସବୁ ବିଭାଗୀୟ ମୁଖ୍ୟ ସମସ୍ତ ଜିଲ୍ଳାପାଳମାନଙ୍କୁ ଜାରି କରିଛନ୍ତି । ପ୍ରକାଶ ଥାଉ କି, ଖର୍ଚ୍ଚକାଟ ନେଇ ଜୁଲାଇ ୭ ତାରିଖରେ ଅର୍ଥ ବିଭାଗ ଚିଠି ନମ୍ବର ୨୦୦୮୮ ରେ ଜାରି କରାଯାଇଥିବା କଟକଣା ନେଇ ଗଣମାଧ୍ୟମରେ ଗତ ୧୧ ତାରିଖରେ ଖବର ପ୍ରକାଶ ପାଇଥିଲା । ଏଥିରେ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଥିଲା କି କରୋନା ସମୟରେ ସରକାରୀ ଅଫିସ ପୂରା ବା ଅଧା ବନ୍ଦ ହୋଇଥିବା ବେଳେ ଠିକା କର୍ମଚାରୀଙ୍କୁ ଦରମା ବନ୍ଦ ନ କରି ତାଙ୍କ ସର୍ତ୍ତ ମୁତାବକ ବେତନ ପ୍ରଦାନ କରାଯିବ । ଲକଡାଉନ ସମୟରେ ସେମାନଙ୍କର ଚୁକ୍ତି ଶେଷ ହୋଇଥିଲେ ବି ପରବର୍ତ୍ତୀ ନବୀକରୀଣ ସମ୍ପୃକ୍ତ ବିଭାଗମାନେ ଆପଣାଛାଏଁ କରିପାରିବେ ନାହିଁ । ଲକଡାଉନ ଥିବା ପର୍ଯ୍ୟନ୍ତ ଠିକା କର୍ମଚାରୀଙ୍କର ଚାକିରି ନବୀକରଣ କରାଯାଇପାରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ